www.samajalive.in
Sunday, December 7, 2025
26.1 C
Bhubaneswar

‘ନାତି, ନାତୁଣୀଙ୍କ ଉପରେ ଜେଜେ ମା’ର ଆଇନଗତ ଅଧିକାର ନାହିଁ’

ବମ୍ବେ: ନାତି, ନାତୁଣୀଙ୍କ ଉପରେ ଜେଜେ ବାପା ଓ ଜେଜେ ମା’ଙ୍କର କୌଣସି ଆଇନଗତ ଅଧିକାର ନାହିଁ। ନାତି, ନାତୁଣୀଙ୍କ ଉପରେ ଜେଜେ ବାପା ଓ ଜେଜେ ମା’ ଯେଉଁ ଅଧିକାର ଦାବି କରିଥାନ୍ତି ତାହା କେବଳ ସେମାନଙ୍କର ଭାବପ୍ରବଣତା ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ନିଜର ୫ବର୍ଷର ଶିଶୁକୁ ହେପାଜତକୁ ନେବା ଲାଗି ଦାବି କରି ପିତା କରିଥିବା ଆବେଦନର ଶୁଣାଣି ସମୟରେ ହାଇକୋର୍ଟ ଏପରି କହିଛନ୍ତି। ଶିଶୁଟିକୁ ତା’ର ଜେଜେ ମା’ ନିଜ ପାଖରେ ରଖିଥିବାବେଳେ ଫେରାଇବାକୁ ମନା କରିଥିଲେ। ଫଳରେ ଶିଶୁର ପିତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସମ୍ପତ୍ତି ବାଡିକୁ ନେଇ ବିବାଦ ଦେଖାଯିବା କାରଣରୁ ଜେଜେ ମା’ ନାତିକୁ ଛାଡିବାକୁ ମନା କରିଥିଲା। ଏହା ସହିତ ଜେଜେ ମା’ ନାତିକୁ ଜନ୍ମ
ଠାରୁ ଲାଳନପାଳନ କରିଥିବାରୁ ତା’ ସହିତ ଏକ ଭାବପ୍ରବଣତା ଲାଗି ରହିଥିଲା। ବିଚାରପତି ରବୀନ୍ଦ୍ର ଘୁଗେ ଓ ବିଚାରପତି ଗୌତମ ଅଖଣ୍ଡଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ପୀଠ କହିଥିଲେ ଯେ ଲାଳନପାଳନ ଓ ଭାବପ୍ରବଣତା ଭଳି କାରଣ ପାଇଁ ନାତି ଉପରେ ଜେଜେ ମା’ କୌଣସି ପ୍ରକାର ଆଇନଗତ ଅଧିକାର ସାବ୍ୟସ୍ତ କରିପାରିପାରିବେ ନାହିଁ। ତେଣୁ ନାତିକୁ ତା’ ଜନ୍ମିତ ପିତାମାତାଙ୍କୁ ଫେରାଇବା ବାଧ୍ୟ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories