www.samajalive.in
Sunday, December 7, 2025
26.1 C
Bhubaneswar

ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ବଲିଉଡ୍‌ ଚଳଚ୍ଚିତ୍ର

ମୁମ୍ବଇ : ନିକଟ ଅତୀତରେ ବହୁ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ସେଗୁଡ଼ିକ ସିନେପ୍ରେମୀଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହୋଇଛି। ଏବେ ଭାରତମାଟିରେ ଜନ୍ମଗ୍ରହଣ କରିଥିବା ଅନ୍ୟତମ କ୍ରୀଡ଼ା କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଉପରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ହକି ଯାଦୁକର ଭାବେ ପରିଚିତ ଧ୍ୟାନଚାନ୍ଦଙ୍କୁ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିବା ହକି ଖେଳାଳିଙ୍କ ମଧ୍ୟରେ ସର୍ବକାଳୀନ ସର୍ବଶ୍ରେଷ୍ଠ ବୋଲି ଗଣନା କରାଯାଏ।

ତାଙ୍କର ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣକରି ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବଲିଉଡ୍‌ ଉଦ୍ୟମ ଆରମ୍ଭ କରିଛି। ରନି ସ୍କୃୱାଲା ଏହି ଫିଲ୍ମର ନିର୍ଦେଶନା ଦେବାକୁ ଯାଉଥିବା ବେଳେ ପ୍ରେମନାଥ ରାଜାଗୋପାଳନ୍ ସହ ପ୍ରଯୋଜକ ଅଛନ୍ତି। ଇସ୍କିୟା, ଦେଢ଼୍ ଇସ୍କିୟା, ଉଡ୍‌ତା ପଞ୍ଜାବ ଓ ସୋନ୍‌ଚିଡ଼ିୟା ପରି ନାମୀ ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିବା ଖ୍ୟାତନାମା ବଲିଉଡ୍‌ ନିର୍ଦେଶକ ଅଭିଷେକ ଚୌବେ ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ଚଳଚ୍ଚିତ୍ରର ନିର୍ଦେଶନା ଦେବେ। ସୁଶାନ୍ତ ସିଂହ ରାଜପୁତ ଅଭିନୀତ ସୋନ୍‌ଚିଡ଼ିୟା ହେଉଛି ଅଭିଷେକଙ୍କ ନିର୍ଦେଶିତ ଅନ୍ତିମ ଚଳଚ୍ଚିତ୍ର। ଧ୍ୟାନଚାନ୍ଦଙ୍କ ଉପରେ ବଲିଉଡ୍‌ ଚଳଚ୍ଚିତ୍ରର ସୁଟିଂ ୨୦୨୧ରେ ଆରମ୍ଭହେବ ଏବଂ ଏହା ୨୦୨୨ରେ ରିଲିଜ୍ ହେବାର ଯୋଜନା ରହିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories