ସାଇକେଲ କିଣି ଦେଲେନି ବୋଲି ଜୀବନ ହାରିଲେ ନାବାଳିକା

ବଲାଙ୍ଗିର: ସାଇକେଲରେ କଲେଜକୁ ପଢ଼ିବାକୁ ଯିବେ। ସ୍ୱପ୍ନ ଦେଖିଥିଲେ ନାବାଳିକା। କିନ୍ତୁ ପରିବାର ଲୋକେ ସ୍ୱପ୍ନ ପୂରଣ କଲେନି। ଆଉ ଶେଷରେ ସାଇକେଲ ପାଇଁ ଜୀବନ ହାରିଦେଲେ ନାବାଳିକା। ଏଭଳି ଘଟଣା ପୁଇଁନ୍ତଲା ବ୍ଲକ ବୁବେଲ ଗାଁରେ ଘଟିଛି। ସୂଚନା ଅନୁସାରେ ଗାଁର ଦଶରଥ ପ୍ରଧାନଙ୍କ ଝିଅ ଚଳିତ ବର୍ଷ ମାଟ୍ରିକ ପାସ୍‍ କରିଥିଲେ। କଲେଜରେ ନାମ ଲେଖାଇ ପାଠ ପଢ଼ିବାକୁ ଘର ଲୋକେ ରାଜି ହୋଇଥିଲେ। କିନ୍ତୁ ଝିଅ ସାଇକେଲ ନହେଲେ କଲେଜ ଯିବନି ବୋଲି ଜିଦ କଲା। ନାମଲେଖା ପରେ ସାଇକେଲ କିଣି ଦିଆଯିବ କହିଥିଲେ ଘର ଲୋକେ। ସେ କାହା କଥା ନଶୁଣି ବିଷ ପିଇ ଦେଇଥିଲେ। ପରିବାର ଲୋକେ ଭୀମ ଭୋଇ ଡାକ୍ତରଖାନାକୁ ଆଣିଥିଲେ ନାବାଳିକାଙ୍କୁ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ନାବାଳିକାଙ୍କ ବାନ୍ଧବୀ ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ୍ୟୁ ପରେ ନାବାଳିକାଙ୍କ ପରିବାର ଲୋକେ ଚକ୍ଷୁ ଦାନ କରିଛନ୍ତି।

Comments are closed.