ଭୁୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଛି ‘ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ’ ଅଭିଯାନ ବା ଘର ଦୁଆର ମୁହଁରେ ଟିକାଦାନ ଅଭିଯାନ। ବିଏମସିର ୩ ଟି ଜୋନ୍ ରେ ମୋଟ୍ ୬ ଟି ଆପାର୍ଟମେଣ୍ଟରେ ଟିକା ଦିଆଯାଇଛି। ପ୍ରତି ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ବିଶେଷ କରି ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଦିଆଯିବ। ବିଏମସିର ଜେଡିସି ଅଂଶୁମାନ ରଥ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରେସିଡେନ୍ସିଆଲ ୱେଲଫେୟାର ଆସୋସିଏସନ୍ ଏନେଇ ଆବେଦନ କରିଥିଲା। ଏହି କ୍ରମରେ ଝାରପଡ଼ାର ବାଲାଜୀ ଆପାର୍ଟମେଣ୍ଟ, ସହୀଦନଗରର ବିଏମସି ଭବାନୀ ଏନକ୍ଲେଭ୍, ଡୁମଡୁମା କସମୋପଲିସ୍ ଆଦିରେ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
Popular Categories



