www.samajalive.in
Sunday, December 7, 2025
26.1 C
Bhubaneswar

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା; ବିଜେପିରୁ ୫ ନିଲମ୍ବିତ

ଭୁବନେଶ୍ୱର : ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରୁ ଘୋଷାଡି ଆଣି ମାଡ ମାରିବା ଘଟଣାରେ ମଙ୍ଗଳବାର ବିଜେପିରୁ ୫ ଜଣଙ୍କୁ ନିଲମ୍ବନ କରାଯାଇଛି। ଗତକାଲି ଜୁନ ୩୦ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ କର୍ପୋରେଟର ଅପରୂପ ନାରାୟଣ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ,ସଚିକାନ୍ତ ସ୍ୱାଇଁ ଓ ସଞ୍ଜୀବ ମିଶ୍ରଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ନିଲମ୍ବନ କରିଛନ୍ତି।

ସୂଚନାନୁଯାୟୀ, ସୋମବାର ବିଏମସି ଅତିରିକ୍ତ କମିଶନରଙ୍କୁ କିଛି ଦୁର୍ବୃତ୍ତ ମାଡ ମାରିବା ସହ ଆକ୍ରମଣ କରିଥିଲେ । ଏହି ଅଭିଯୁକ୍ତମାନେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ବୋଲି ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ଜଗନ୍ନାଥ କହିଛନ୍ତି ଯେ ମୁଁ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇ ଜଣଙ୍କୁ ଜାଣିଛି।

ଦୀର୍ଘ ବର୍ଷ ପରେ ଜୁଲାଇରେ ଦୁର୍ଲ୍ଲଭ ରାଜଯୋଗ; ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କିଏ ହେବେ କୋଟିପତି, କିଣିବେ ଘର, ଗାଡି, ହେବେ ଭାଗ୍ୟଶାଳୀ..

- Advertisement -

ମାଡ ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଗଣମାଧ୍ୟମରେ ସବୁ ସତ କହିଛନ୍ତି ଜଗନ୍ନାଥ । ମୋତେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ ଖରାପ ବ୍ୟବହାର କରିଥିଲେ । ଜଣେ ସ୍ୱଚ୍ଛ ସାଥୀ ଭଉଣୀଙ୍କୁ ଦୁର୍ବ୍ୟବହାର ନେଇ ଫୋନ୍‍ କରିଥିଲି । ୩୪ନମ୍ବର ୱାର୍ଡର ସ୍ୱଚ୍ଛ ସାଥୀ ଭଉଣୀଙ୍କୁ ଜାତି ନେଇ ଆକ୍ଷେପ କରିବା ସହ ଚାକିରିରୁ ବାହାର କରିବାକୁ ଧମକାଇଥିଲେ । ମୁଁ ପଚାରିବାରୁ ମୋତେ ତମେ କିଏ, କାହିଁକି ପଚାରୁଛ କହି ଖରାପ ବ୍ୟବହାର କରିଥିଲେ।

ଶେଷ ହେଲା ସବୁ ଅପେକ୍ଷା.. ମାତ୍ର ଏତିକି ଟଙ୍କାରେ ଖୁବ୍‌ ଶୀଘ୍ର ଲଞ୍ଚ ହେବ ରିଅଲମିର ଦମଦାର୍‌ ଫିଚରର ୫ଜି ସ୍ମାର୍ଟଫୋନ୍‌

ଦେଖନ୍ତୁ ଛାତିଥରା ଭିଡିଓ ; ରାସ୍ତାରେ ବୃଦ୍ଧଙ୍କୁ କଚାଡି କଚାଡି ମାରିଲା ଷଣ୍ଢ

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories