www.samajalive.in
Tuesday, December 9, 2025
23.1 C
Bhubaneswar

ବ୍ଲୁ ଡାର୍ଟର ତୃତୀୟ ତ୍ରୈମାସିକ ଲାଭ ୩୦% ବୃଦ୍ଧି

ମୁମ୍ବାଇ: ଦକ୍ଷିଣ ଏସିଆର ଅଗ୍ରଣୀ ଏକ୍ସପ୍ରେସ ଏୟାର ଏବଂ ସମନ୍ୱିତ ପରିବହନ ଓ ଆବଣ୍ଟନକାରୀ କମ୍ପାନୀ ବ୍ଲୁ ଡାର୍ଟ ଏକ୍ସପ୍ରେସ ଲିମିଟେଡ ମୁମ୍ବାଇରେ ଅନୁଷ୍ଠିତ ବୋର୍ଡ ବୈଠକରେ ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୟମାସିକ ନିମନ୍ତେ ତାହାର ଆର୍ଥିକ ଫଳାଫଳ ଘୋଷଣା କରିଛି। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକରେ କମ୍ପାନୀ ୧,୨୨୨ ନିୟୁତ ଟଙ୍କା ଟିକସ ପରବର୍ତ୍ତୀ ଲାଭ ଉପାର୍ଜନ କରିଛି ହୋଇଥିଲା। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୟମାସିକରେ ପରିଚାଳନାରୁ ରାଜସ୍ୱ ଆୟ ୧୨,୫୪୮ ନିୟୁତ ଟଙ୍କା ହୋଇଛି, ଯେଉଁଥିରେ ପୂର୍ବବର୍ଷର ସେହି ତିନିମାସ ତୁଳନାରେ ୨୧% ଅଭିବୃଦ୍ଧି ଘଟିଛି। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୟମାସିକରେ ଇବିଆଇଟିଡିଏ ୨୧୧୭ ନିୟୁତ ଟଙ୍କା ହୋଇଛି, ଯାହା ଗତବର୍ଷ ସେହି ତ୍ରୈମାସିକ ତୁଳନାରେ ୧୫% ଅଧିକ। ଇବିଆଇଟିଡିଏ ମାର୍ଜିନ ପରିମାଣ ୧୬.୮% ହୋଇଛି।

ଏଥିସହିତ ପୂର୍ବ ତ୍ରୈମାସିକଗୁଡିକ ତୁଳନାରେ ବ୍ଲୁ ଡାର୍ଟର ମଜଭୁତ ଆର୍ଥିକ ପ୍ରଦର୍ଶନ ଏହି ଏକ୍ସପ୍ରେସ ଲଜିଷ୍ଟିକ୍ସ ଯୋଗାଣକାରୀର କ୍ରେଡିଟ ରେଟିଂ ଏଏ+ ହେବା ପାଇଁ ପଥ ପରିଷ୍କାର କରିଛି, ଯାହା ଆଇସିଆରଏ ଏବଂ ଇଣ୍ଡିଆ ରେଟିଂସ ଆଣ୍ଡ ରିସର୍ଚ୍ଚ ଦ୍ୱାରା ସମୀକ୍ଷା କରାଯିବାକୁ ରହିଛି। ପସନ୍ଦଯୋଗ୍ୟ ନିବେଶ ସ୍ଥଳ ହେବା ପାଇଁ ନିଜର ପ୍ରତିଶ୍ରୁତିକୁ ବାସ୍ତବରେ ଅନୁପାଳନ କରି କମ୍ପାନୀ ମଧ୍ୟ ସେୟାର ପିଛା ୨୫ ଟଙ୍କା ହିସାବରେ ଏହାର ଅଂଶୀଦାରମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ପ୍ରଦାନ ଜରିଆରେ ପୁରସ୍କୃତ କରିବାକୁ ପ୍ରସ୍ତାବ ରଖିଛି, ଯାହା ୨୦୨୨ ଫେବ୍ରୁଆରୀରେ ପ୍ରଦାନ କରାଯିବ।

- Advertisement -

ଏହି ଅବସରରେ ପ୍ରକାଶକରି ବ୍ଲୁ ଡାର୍ଟର ପରିଚାଳନା ନିର୍ଦ୍ଦେଶକ ବାଲଫୋର ମାନୁଏଲ କହିଛନ୍ତି, “ଏକ ପସନ୍ଦଯୋଗ୍ୟ ଯୋଗାଣକାରୀ, ପସନ୍ଦ ଯୋଗ୍ୟ ନିଯୁକ୍ତି ପ୍ରଦାନକାରୀ ଏବଂ ପସନ୍ଦ ଯୋଗ୍ୟ ନିବେଶ ସ୍ଥଳ ଭାବରେ ନିରନ୍ତର ବଜାୟ ରହିବା ଦିଗରେ ଆମର ପ୍ରୟାସକୁ ଆମର ଆର୍ଥିକ ଫଳାଫଳ ପ୍ରତିଫଳିତ କରୁଛି। ମୁଖ୍ୟ ମୁଖ୍ୟ ଶିଳ୍ପ କ୍ଷେତ୍ରଗୁଡିକରୁ ଅଧିକ ବ୍ୟବସାୟିକ କାର୍ଯ୍ୟକଳାପ କାରଣରୁ ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକରେ କମ୍ପାନୀ ମଜଭୁତ ଅଭିବୃଦ୍ଧି ହାସଲ କରିଛି। ମୁଁ ଆନନ୍ଦର ସହିତ ଘୋଷଣା କରୁଛି ଯେ ବୋର୍ଡ ଆମ ଅଂଶୀଦାରଙ୍କୁ ଲାଭାଂଶ ପ୍ରଦାନ ନିମନ୍ତେ ଘୋଷଣା କରିଛି। ମହାମାରୀର ତୃତୀୟ ଲହରର ପ୍ରତିକୂଳ ପ୍ରଭାବ ପର୍ଯ୍ୟାୟଗୁଡିକ ଏହି ତ୍ରୟମାସିକ ଶେଷ ଆଡକୁ ଏକ ରୂପରେଖ ନେଇଥିବାବେଳେ ନବୋନ୍ମେଷ ଏବଂ ଡିଜିଟାଇଜେସନ ଜରିଆରେ ଉତ୍କର୍ଷତା ଯୋଗାଣ ନିମନ୍ତେ ବ୍ଲୁ ଡାର୍ଟର ନିରନ୍ତର ଦୃଷ୍ଟିନିବଦ୍ଧ ଆମ ଲାଭ ଉପାର୍ଜନ କ୍ଷେତ୍ରରେ ମୁଖ୍ୟ କାରକ ହୋଇଥିଲା। ଏହାବ୍ୟତୀତ ପାର୍ବଣ ଋତୁ କାରଣରୁ ଚାହିଦାରେ ବୃଦ୍ଧି, ପରିମାଣଗତ ବୃଦ୍ଧି ସତ୍ୱେ ଅତୁଳନୀୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଆମର ସାମର୍ଥ୍ୟ ଏବଂ ଆମର ବ୍ୟାପକ ପହଞ୍ଚ ଆମକୁ ଏକ ଗ୍ରାହକ ବିଶ୍ୱସନୀୟ ବ୍ରାଣ୍ଡ୍‍ ଭାବରେ ଅତୁଟ ରହିବାରେ ସହାୟକ ହୋଇଛି। ରାଷ୍ଟ୍ରର ବାଣିଜ୍ୟ ସୁଗମକାରୀ ଭାବରେ ଆମର ଭୂମିକା ପରିପାଳନ କରିବା ନିମନ୍ତେ ଆମର ସାମର୍ଥ୍ୟ ବୃଦ୍ଧି ଘଟାଇବାରେ ଆମେ ନିରନ୍ତର ନିବେଶ କରିଚାଲିଛୁ।”

ଭବିଷ୍ୟତ ଦୃଶ୍ୟପଟ୍ଟ ସମ୍ପର୍କରେ ପ୍ରକାଶ କରି ସେ କହିଛନ୍ତି, “ଆଲୋଚ୍ୟ ତ୍ରୈମାସିକ ଶେଷ ଆଡକୁ ଅର୍ଥନୈତିକ ସୂଚକଗୁଡିକ ଅର୍ଥନୀତିରେ ସକାରାତ୍ମକ ବିଷୟ ସମ୍ପର୍କରେ ସୂଚନା ପ୍ରଦାନ କରିବାବେଳେ କରୋନା ଭୂତାଣୁର ନୂଆ ପ୍ରକରଣଜନିତ ସଂକ୍ରମଣ ବୃଦ୍ଧି ଘଟଣା, ଅର୍ଥନୀତିରେ ପୁନରୁଦ୍ଧାର ପ୍ରକ୍ରିୟା ମନ୍ଥର ହେବାର ସୂଚନା ଦେଉଛି। ତେବେ ଆଗକୁ ଯାହା ଆସୁଛି, ବିଶେଷକରି ଆମ ଗ୍ରହକୁ ସୁରକ୍ଷିତ ରଖିବା ନିମନ୍ତେ ଆମ ଅଂଶୀଦାରମାନଙ୍କୁ ଏକ ଦାୟିତ୍ୱସଂପନ୍ନ ସମାଧାନ ଯୋଗାଇ ଦେଇ ସେମାନଙ୍କ ପାଇଁ ଫାଇଦା ପହଞ୍ଚାଉଥିବା ଏକ ଦୀର୍ଘସ୍ଥାୟୀ ବ୍ୟବସାୟ ନିର୍ମାଣ ଦିଗରେ ଆମର ପ୍ରୟାସ ପ୍ରତି ଆମେ ସତର୍କତାର ସହିତ ଆଶାବାଦୀ ରହିଛୁ।”

ନିଜର ସାମର୍ଥ୍ୟ ଏବଂ ଗ୍ରାହକଙ୍କ ପ୍ରତି ପ୍ରତିବଦ୍ଧତା ବ୍ୟତୀତ ବ୍ଲୁ ଡାର୍ଟର ସ୍ୱାତନ୍ତ୍ର୍ୟ ପ୍ରତ୍ୟେକ ଲଜିଷ୍ଟିକ୍ସ ଆବଶ୍ୟକତା ପାଇଁ ଅତ୍ୟନ୍ତ ନିଖୁଣ ବ୍ୟକ୍ତିଗତ ସମାଧାନ ପ୍ରସ୍ତୁତି କ୍ଷେତ୍ରରେ ଏହାର ପାରଦର୍ଶିତା ହୋଇ ରହିଛି। ଆଲୋଚ୍ୟ ତ୍ରୈମାସିକରେ ଏହି ସଂଗଠନ ଇ-କମର୍ସ, ଉପଭୋକ୍ତା ସାମଗ୍ରୀ, ଉପଭୋକ୍ତା ଇଲେକ୍‍ଟ୍ରୋନିକ୍ସ, ଯାନବାହନ, ବ୍ୟାଙ୍କିଙ୍ଗ ଆଦି ସମେତ ଏହାର ବହୁବିଧ ଗ୍ରାହକ ବର୍ଗରେ ଉତ୍କର୍ଷ ସେବା ନିରନ୍ତର ଯୋଗାଇ ଦେଇଛି।

ଡଏଚେ ପୋଷ୍ଟ ଡିଏଚଏଲ ଗ୍ରୁପ୍‍ର ‘ରଣକୌଶଳ ୨୦୨୫- ଏକ ଡିଜିଟାଲ ବିଶ୍ୱରେ ଉତ୍କର୍ଷତା ଯୋଗାଣ’ ଆଧାରରେ ଏହି ସଂଗଠନ ନିଜର ପ୍ରଯୁକ୍ତିଗତ ସାମର୍ଥ୍ୟ ଉପରେ ଅଧିକରୁ ଅଧିକ ଗୁରୁତ୍ୱ ଦେଇଛି, ଯାହାକୁ ସଠିକ ସମୟରେ ଯୋଗାଣ, ବିଶେଷକରି ଅଧିକ ଚାହିଦା ସମୟରେ ଠିକଣା ସମୟରେ ଯୋଗାଣ କ୍ଷେତ୍ରରେ ଉପଯୋଗ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଉ ଏକ ଅପ୍ରତ୍ୟାଶିତ ସଙ୍କଟ କ୍ଷେତ୍ରରେ ମଧ୍ୟ କାର୍ଯ୍ୟକ୍ଷମ ରହିବାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ସକାଶେ ବ୍ଲୁ ଡାର୍ଟ ନବୋନ୍ମେଷ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ନିରନ୍ତର ନିବେଶ କରୁଛି। ଏଇ ନିକଟରେ କମ୍ପାନୀ ବ୍ଲୁ ଡାର୍ଟ ମେଡ-ଏକ୍ସପ୍ରେସ କନସୋର୍ଟିୟମ ପ୍ରଚଳନ ସହିତ ଟେକ୍‍-ଫାଷ୍ଟ ଭିତ୍ତିଭୂମି ନିର୍ମାଣରେ ନିବେଶ କରିଛି, ଯେଉଁଥିରେ ଡ୍ରୋନ ଉଡାଣଗୁଡିକର ସାମର୍ଥ୍ୟ ଓ ବର୍ଦ୍ଧିତ ପହଞ୍ଚକୁ ସମ୍ମିଳିତ ଉପଯୋଗ କରାଯାଇଛି ଏବଂ ତାହାସହିତ ଏହା ସିଟୁପିସି ଅପରେସନାଲ ମଡ୍ୟୁଲରେ ମଧ୍ୟ ପୁନର୍ବିନ୍ୟାସ କରିଛି। ଗ୍ରାହକ ଅନୁଭୂତିକୁ ପରିବର୍ଦ୍ଧିତ କରିବା କ୍ଷେତ୍ରରେ ନିବେଶ ସହିତ ବ୍ଲୁ ଡାର୍ଟ ମଧ୍ୟ ଏହାର ଲୋକବଳ, ବ୍ରାଣ୍ଡ୍‍ ଏବଂ କର୍ପୋରେଟ ସାମାଜିକ ନିର୍ବାହନ କ୍ଷେତ୍ରରେ ନିରନ୍ତର ନିବେଶ କରୁଛି। ନିଜର ଟିମ୍‍ଗୁଡିକ ପାଇଁ ଏକାଧିକ ‘ଶିକ୍ଷା ଆହରଣ ଓ ବିକାଶ’ ପ୍ରୟାସ ପ୍ରଚଳନ ସହିତ ଏହାର ‘ଜନସାଧାରଣ ପ୍ରଥମେ’ ଭାବଧାରାରେ ବିବିଧତା ଏବଂ ଅନ୍ତର୍ଭୁକ୍ତିକୁ ଏକ ମୁଖ୍ୟ ଅଂଶ ଭାବରେ ଗ୍ରହଣ କରି ବ୍ଲୁ ଡାର୍ଟ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁଥିବା ଏକ କାର୍ଯ୍ୟ ସଂସ୍କୃତି ନିର୍ମାଣ ଦିଗରେ ନିରନ୍ତର କାର୍ଯ୍ୟ କରୁଛି।

ବ୍ଲୁ ଡାର୍ଟ ସବୁ ସମୟରେ ଅନନ୍ୟ ସେବା ଯୋଗାଣ ଉପରେ ଦୃଷ୍ଟିନିବଦ୍ଧ କରିଆସୁଛି ଏବଂ ନିଜର ଗ୍ରାହକଙ୍କୁ ସେମାନଙ୍କର ସମସ୍ତ ପ୍ରକାର ଲଜିଷ୍ଟିକ୍ସ ଆବଶ୍ୟକତା ପାଇଁ ଗୋଟିଏ ସ୍ଥାନରେ, ପ୍ରତିବନ୍ଧକ ଶୂନ୍ୟ ସମାଧାନ ଯୋଗାଇ ଦେଉଛି। ନିଜର ଗ୍ରାହକମାନଙ୍କୁ ଆନନ୍ଦ ପ୍ରଦାନ ସକାଶେ ନିଜର ଯାତ୍ରା ପଥରେ କମ୍ପାନୀ ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶେଷ ହୋଇଥିବା ନଅମାସ ମଧ୍ୟରେ ୬୮୨,୮୫୪ ଟନ୍‍ ଓଜନର ୧୯୦.୮୬ ନିୟୁତ ସିପ୍‍ମେଣ୍ଟ ପରିବହନ କରିଛି।

ବ୍ଲୁ ଡାର୍ଟ ନିଜର ବ୍ୟବସାୟ ପରିଚାଳନା କରୁଥିବା ପରିବେଶ ଏବଂ ଜନସମୁଦାୟଙ୍କ ପ୍ରତି ଅବଦାନ ରଖିବା ନେଇ ଦୃଢ ପ୍ରତିବଦ୍ଧ ରହିଛି। ଏକ ସୁଚିନ୍ତିତ ଦୀର୍ଘସ୍ଥାୟୀ କାର୍ଯ୍ୟଧାରା ଅନୁସରଣ କରି କମ୍ପାନୀ ଏକ ସ୍ପଷ୍ଟ ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ ଅଭିଳାଷ ରଖିଛି। ଏହି କାର୍ଯ୍ୟଧାରାରେ ତିନିଟି ଗୁରୁତ୍ୱପୂର୍ଣ୍ଣ ଉପାଦାନ ରହିଛି, ଯଥା- ଜଳବାୟୁ ସୁରକ୍ଷା (ପରିବେଶ) ପାଇଁ ସ୍ୱଚ୍ଛ କାର୍ଯ୍ୟ ପରିଚାଳନା, ସମସ୍ତେ କାର୍ଯ୍ୟ କରିବା ପାଇଁ ଏକ ମହାନ କମ୍ପାନୀ (ସାମାଜିକ) ଏବଂ ଏକ ଅତ୍ୟନ୍ତ ବିଶ୍ୱସନୀୟ କମ୍ପାନୀ ଭାବରେ ନିଜକୁ ଗଢିତୋଳିବା (ପରିଚାଳନା)। ଏହି କାର୍ଯ୍ୟବିଧିକୁ ଅନୁସରଣ କରି ବ୍ଲୁ ଡାର୍ଟ ନିଜର ‘ଗୋ ପ୍ରୋଗ୍ରାମ୍‍ସ’- ଗୋ ଟିଚ୍‍ (ଶିକ୍ଷାଦାନକୁ ପ୍ରୋତ୍ସାହନ), ଗୋ ଗ୍ରୀନ୍‍ (ପରିବେଶ ସୁରକ୍ଷା କରିବା) ଏବଂ ଗୋ ହେଲ୍‍ପ (ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ) ଜରିଆରେ ଜନସମୁଦାୟଙ୍କ ଉପରେ ଏକ ସ୍ଥାୟୀ ଛାପ ଛାଡିବାକୁ ଚାହୁଁଛି, ଯାହା ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟସମୂହ ମୁତାବକ ହୋଇଛି। ଏଥିସହିତ ବ୍ଲୁ ଡାର୍ଟ ନିକଟରେ ଏହାର ବହୁଳଭାବରେ ସ୍ୱୀକୃତ ବ୍ଲୁ ଏଜ୍‍ ପାଇଁ ଦୁଇଟି ଏସିଇଏଫ୍‍ ସ୍ୱର୍ଣ୍ଣ ପୁରସ୍କାର ହାସଲ କରିଛି ଯାହା ପ୍ରାୟ ୩୭୦୦ ଯୁବବର୍ଗଙ୍କ ଜୀବନକୁ ସଶକ୍ତ କରିବା ଏବଂ ଗୋ ଗ୍ରୀନ୍‍ ପ୍ରୟାସ ନିମନ୍ତେ ଏହାକୁ ପ୍ରଦାନ କରାଯାଇଛି। ଗୋ ଗ୍ରୀନ୍‍ ପ୍ରୟାସରେ ଏହି ସଂଗଠନ ଆଜି ପର୍ଯ୍ୟନ୍ତ ୫୫୫,୦୦୦ ବୃକ୍ଷ ଚାରା ରୋପଣ କରିସାରିଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories