ଗ୍ରୀଷ୍ମକାଳୀନ ରକ୍ତଦାନ ଶିବିର

ଚୌଦ୍ୱାର : ଚୌଦ୍ୱାର ସତ୍ୟସାଇ ସେବା ସଂଗଠନ ଆନୁକୁଲ୍ୟରେ ଏକ ଗ୍ରୀଷ୍ମକାଳୀନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଥର୍ମାଲ ରୋଡ଼ସ୍ଥିତ ଶ୍ରୀ ସତ୍ୟସାଇ ମନ୍ଦିରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଂଗଠନର କଟକ ଜିଲା ସଭାପତି ବିଚିତ୍ରାନନ୍ଦ ମହାନ୍ତି ଓ ସଂଯୋଜକ ମନୋଜ କୁମାର ଦାସ ଉଦଘାଟନ କରିଥିଲେ । ଶିବିରରେ ମୋଟ ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କଟକ ରେଡ଼କ୍ରସ୍ର ଡା.ଜ୍ୟୋତିର୍ମୟୀ ମିଶ୍ରଙ୍କ ନେତୃତ୍ୱରେ ରେଡ଼କ୍ରସ୍ କର୍ମକର୍ତ୍ତାମାନେ ରକ୍ତ ସଂଗ୍ରହ କରିଥିଲେ । ଆବାହକ ରଞ୍ଜିତ୍ ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକମରେ ପୂର୍ବତନ ଆବାହକ ଡ. ପ୍ରକାଶ କୁମାର ପଣ୍ଡା, ସମାଜସେବୀ ଦାମୋଦର ସାହୁ, ସଂଜୟ କୁମାର ରାୟ, ସୁଧାଂଶୁ ଶେଖର ସାହୁ, ରଜତ ପଟ୍ଟନାୟକ, ନବୀନ ରାଓ, ଜୟଲକ୍ଷ୍ମୀ ସାହୁ, ଶିବାନୀ ଦାସ,ସାସ୍ୱତ ରଞ୍ଜନ ପଣ୍ଡା,ରାଜେଶ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

kalyan agarbati

Comments are closed.