www.samajalive.in
Sunday, December 7, 2025
14.1 C
Bhubaneswar

ପାକିସ୍ତାନରେ ବସରେ ବିସ୍ଫୋରଣ; ୬ ଚାଇନା ନାଗରିକଙ୍କ ସମେତ ୮ ମୃତ

ପେଶାୱାର: ପାକିସ୍ତାନରେ ଏକ ବସରେ ବିସ୍ଫୋରଣ ଘଟିବାରୁ ସେଥିରେ ଯାଉଥିବା ଅନ୍ୟୂନ ୬ ଜଣ ଚାଇନା ନାଗରିକଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ସୈନ୍ୟ ମଧ୍ୟ ରହିଛନ୍ତି । ଉତ୍ତର ପାକିସ୍ତାନର ଏକ ଦୂରାନ୍ତ ଅଞ୍ଚଳରେ ବୁଧବାର ଏହି ବିସ୍ଫୋରଣ ଘଟିଥିବା ଜଣାଯାଇଛି । ତେବେ ବିସ୍ଫୋରଣର କାରଣ ଜଣାପଡିନାହିଁ ।
ଏକ ସରକାରୀ ସୂତ୍ରରୁ କୁହାଯାଇଛି ଯେ ବିସ୍ଫୋରଣ ପରେ ବସଟି ଏକ ଗଭୀର ଖାତ ମଧ୍ୟକୁ ଖସିପଡିଥିଲା । ସେଥିରେ ଯାଉଥିବା ଚାଇନାର ଜଣେ ଇଞ୍ଜିନିୟର ଏବଂ ଜଣେ ସୈନ୍ୟ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଆହତଙ୍କୁ ଏୟାର ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପାକିସ୍ତାନର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ, ବସରେ ୩୦ରୁ ଅଧିକ ଚାଇନା ଇଞ୍ଜିନିୟର ଅପର୍‍ କୋହିସ୍ତାନର ଦାସୁ ଡ୍ୟାମ ସ୍ଥଳକୁ ଯାଉଥିଲେ । ସୂଚନାଯୋଗ୍ୟ ଯେ ଦାସୁ ଜଳବିଦ୍ୟୁତ ପ୍ରକଳ୍ପ ହେଉଛି ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)ର ଏକ ଅଂଶବିଶେଷ । ଏହି ପ୍ରକଳ୍ପରେ ଚାଇନର ବେଲଟ୍‍ ଆଣ୍ଡ ରୋଡ ପ୍ରୟାସ ଅଧୀନରେ ୬୫ ବିଲିଅନ ଡଲାର ନିବେଶ କରାଯାଉଛି । ଏହାଦ୍ୱାରା ଚାଇନା ସହିତ ପାକିସ୍ତାନର ଦକ୍ଷିଣ ଭାଗରେ ଅବସ୍ଥିତ ଗ୍ୱାଦାର ସାମୁଦ୍ରିକ ବନ୍ଦର ସହିତ ସଡକ ଯୋଗାଯୋଗ ସ୍ଥାପନ ହୋଇପାରିବ । ଦାସୁ ଜଳବିଦ୍ୟୁତ ପ୍ରକଳ୍ପରେ ଚାଇନାର ଇଞ୍ଜିନିୟରଙ୍କ ସହିତ ପାକିସ୍ତାନ ନିର୍ମାଣ ଶ୍ରମିକମାନେ ଦୀର୍ଘବର୍ଷ ଧରି କାମ କରୁଛନ୍ତି ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories