www.samajalive.in
Sunday, December 7, 2025
18.1 C
Bhubaneswar

ବ୍ଲାକ୍‍ ଫଙ୍ଗସ୍‍ ମୁକାବିଲା, ଅଧିକ ଔଷଧ ଉତ୍ପାଦନ ପାଇଁ ୫ଟି କମ୍ପାନୀକୁ ଅନୁମତି

ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ କେତେକ ପ୍ରଦେଶରେ ବ୍ଲାକ୍‍ ଫଙ୍ଗସ୍‍ ରୋଗ ବୃଦ୍ଧି ପାଉଥିବାରୁ ଏହି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଔଷଧ ଆମ୍ଫୋଟେରିସିନ୍‍-ବି ଆଣ୍ଟି ଫୁଙ୍ଗାଲ୍‍ ଯୋଗାଣ ନେଇ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ନେଉଥିବା ଜଣାପଡ଼ିଛି। ଇତିମଧ୍ୟରେ ଅତିରିକ୍ତ ୫ଟି ଔଷଧ ପ୍ରସ୍ତୁତକାରୀଙ୍କୁ ଏହି ଔଷଧ ପ୍ରସ୍ତୁତ କରିବା ଲାଗି ଲାଇସେନ୍ସ ପ୍ରଦାନ କରାଯାଇଛି। ପୂର୍ବରୁ ଦେଶରେ ୫ଟି କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରୁଥିଲେ।

ଅଧିକ ପରିମାଣର ଔଷଧ ଉତ୍ପାଦନକୁ ଦୃଷ୍ଟିରେ ରଖି ଚଳିତ ମାସରେ ଏହି ଔଷଧର ଏକ ଲକ୍ଷ ୩୬ ହଜାର ଭାଏଲ୍‍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ମାସକୁ ଏହି ପରିମାଣକୁ ୨ ଲକ୍ଷ ୫୫ ହଜାରକୁ ବୃଦ୍ଧି କରାଯିବ। ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସରେ ବିଭିନ୍ନ ରାଜ୍ୟକୁ ୩ ଲକ୍ଷ ୬୩ ହଜାର ଭାଏଲ୍‍ ଆମ୍ଫୋଟେରିସିନ୍‍-ବି ଯୋଗାଣ କରାଯିବ ଏବଂ ଆସନ୍ତା ମାସରେ ଏହି ଯୋଗାଣ ପରିମାଣକୁ ତିନି ଲକ୍ଷ ୧୫ ହଜାର ଭାଏଲ୍‍କୁ ବୃଦ୍ଧି କରାଯିବ। ଜୁଲାଇଠାରୁ ନୂତନ ଭାବେ ଲାଇସେନ୍ସ ପାଇଥିବା କମ୍ପାନୀଗୁଡ଼ିକ ମାସିକ ୧ ଲକ୍ଷ ୧୧ ହଜାର ଆମ୍ଫୋଟେରିସିନ୍‍-ବି ଉତ୍ପାଦନ କରିବେ।

- Advertisement -

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେହି କମ୍ପାନୀ ଗୁଡ଼ିକୁ ସମସ୍ତ ସହାୟତା ଯୋଗାଇ ଦେଉଛି। ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଦେଶ ମନ୍ତ୍ରଣାଳୟ ସହଯୋଗରେ ବିଦେଶରୁ ମଧ୍ୟ ଏହି ଔଷଧ ଆମଦାନୀ କରିବା ପାଇଁ ଯୋଜନା ଚଳାଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories