www.samajalive.in
Tuesday, December 9, 2025
16.1 C
Bhubaneswar

ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଟିଏମସି ଶାସିତ ପଶ୍ଚିମବଙ୍ଗରେ ବିଜେପିର ସଫଳତା ପରେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ରବିବାର ରାତିରେ ଜଣେ ବିଜେପି କର୍ମୀଙ୍କୁ ଅଜଣା ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ଉତ୍ତର ୨୪ ପ୍ରଗଣା ଜିଲାର ଭାଟପଡ଼ା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଥିବା ବିଜେପି କର୍ମୀଙ୍କ ନାମ ଚନ୍ଦନ ଶ। ତାଙ୍କ ବୟସ ୨୪ ବର୍ଷ। ଭାଟପଡ଼ାର କାକିନାଡା ସାତଦଳ ଖେଳପଡ଼ିଆ ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପଛରେ ଟିଏମସି କର୍ମୀଙ୍କ ହାତ ଥିବା ବିଜେପି ଅଭିଯୋଗ କରିଛି।

ଚଳିତ ଥର ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପଶ୍ଚିମବଙ୍ଗରେ ପ୍ରତ୍ୟେକ ପର୍ଯ୍ୟାୟରେ ହୋଇଥିବା ଭୋଟଗ୍ରହଣ ସମୟରେ ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଥିଲା। କୋଲକାତାରେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ୍‌ ଶୋ ସମୟରେ ବି ହିଂସାକାଣ୍ଡ ଘଟିଥିଲା। ଏହି ସମୟରେ ପ୍ରେସିଡେନ୍ସି କଲେଜରେ ଥିବା ଈଶ୍ଵର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା​‌ ହୋଇଥିଲା।

- Advertisement -

କିନ୍ତୁ ନିର୍ବାଚନ ଫଳାଫଳ ଘୋଷଣା ପରେ ରାଜ୍ୟରେ ବିଜେପି ୧୮ଟି ଆସନରେ ବିଜୟୀ ହୋଇଥିଲେ। ଏହା ପରଠାରୁ ବାଙ୍କୁରା, କୁଚ୍‌ ବିହାର ଏବଂ ଅନ୍ୟାନ୍ୟ ଜିଲାରେ ହିଂସାକାଣ୍ଡ ଘଟିଲାଣି। କୁଚ୍‌ ବିହାରର ତୁଫାନଗଞ୍ଜ ଏବଂ ମହତାବହଙ୍ଗ ଅଞ୍ଚଳରେ ଲୋକଙ୍କ ଘର ଭାଙ୍ଗି ଦିଆଯାଉଥିବାବେଳେ ପାର୍ଟି ଅଫିସକୁ କବ୍‌ଜା କରାଯାଉଛି। ଟିଏମସି ଏଥିପାଇ ବିଜେପିକୁ ଦାୟୀ କରୁଥିବାବେଳେ ବିଜେପି ଅଭିଯୋଗକୁ ଖଣ୍ଡନ କରିଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories