ନୂଆଦିଲ୍ଲୀ: ବିଜେପି ନେତା ଶିବରାଜ ସିଂହ ଚୌହାନ୍ କହିଛନ୍ତି, ବର୍ତ୍ତମାନ ପାର୍ଟିର ସଦସ୍ୟ ସଂଖ୍ୟା ୧୧କୋଟି ରହିଛି। ପାର୍ଟି ସଦସ୍ୟ ସଂଖ୍ୟା ୨୦ କୋଟିକୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଆସନ୍ତାମାସ ୬ ତାରିଖରୁ ସମଗ୍ର ଦେଶରେ ସଦସ୍ୟତା ଅଭିଯାନ ଆରମ୍ଭ ହେବ। ସେ କହିଛନ୍ତି, ସବୁ ବର୍ଗର ଲୋକଙ୍କୁ ସାମିଲ କରିବାକୁ ପାର୍ଟି ପ୍ରଚେଷ୍ଟା କରିବ।
ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ପୁଡୁଚେରୀ, ତାମିଲନାଡୁ, ଲାକ୍ଷାଦୀପ, ତେଲଙ୍ଗନା, ଆନ୍ଧ୍ରପ୍ରଦେଶ ଓ ସିକ୍କିମ୍ ଭଳି ରାଜ୍ୟଗୁଡ଼ିକରେ ଏହି ଅଭିଯାନ ଆରମ୍ଭ ହେବ। ସେ କହିଛନ୍ତି, ପାର୍ଟି ବଡ଼ ସଫଳତା ହାସଲ କରିଛି କିନ୍ତୁ ଆହୁରି ଅଧିକ ସଫଳତା ହାସଲ କରିବାକୁ ବାକି ରହିଛି। ବିଜେପି ସମାଜର ପ୍ରମୁଖ ଲୋକ ବିଶେଷ କରି ଯୁବାମାନଙ୍କ ସହ ଯୋଗାଯୋଗ କରିବ।



