www.samajalive.in
Sunday, December 7, 2025
26.1 C
Bhubaneswar

ବିଜେପି ସବୁଠୁ ଧନୀ, ତୃତୀୟରେ କଂଗ୍ରେସ

ନୂଆଦିଲ୍ଲୀ: ଦେଶର ୭ଟି ଜାତୀୟ ଓ ୪୪ ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟରେ ବିଜେପି ପାଖରେ ରହିଛି ସର୍ବାଧିକ ସମ୍ପତ୍ତି। ରାଜନୈତିକ ଦଳଗୁଡ଼ିକ ଘୋଷଣା କରିଥିବା ସମ୍ପତ୍ତି ପରିମାଣକୁ ଆଧାର କରି ଆସୋସିଏସନ୍‌ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏହି ତଥ୍ୟ ପ୍ରକାଶ କରିଛି। ୨୦୧୯-୨୦ ବର୍ଷ ପାଇଁ ସାର୍ବଜାନୀନ ହୋଇଥିବା ଏଡିଆର ରିପୋର୍ଟରେ ଦର୍ଶାଯାଇଛି ଯେ ବିଜେପି ନିକଟରେ ୪୮୪୭କୋଟି ୭୮ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ଏହା ସବୁ ରାଜନୈତିକ ଦଳଙ୍କ ସମ୍ପତ୍ତିର ୬୯.୩୭ ପ୍ରତିଶତ। ଏହା ପଛକୁ ରହିଛି ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି)। ଏହି ଦଳ ପାଖରେ ୬୯୮ କୋଟି ୩୩ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପାଖରେ ରହିଛି ୫୮୮ କୋଟି ୧୬ ଲକ୍ଷ ଟଙ୍କାର ସମ୍ପତ୍ତି। ଜାତୀୟ ଦଳଗୁଡ଼ିକ ନିକଟରେ ମୋଟ ୬୯୮୮କୋଟି ୫୭ଲକ୍ଷ ଏବଂ ଆଞ୍ଚଳିକ ଦଳଗୁଡ଼ିକ ନିକଟରେ ୨୧୨୯କୋଟି ୩୮ଲକ୍ଷ ଟଙ୍କା ରହିଥିବା ଜଣାପଡ଼ିଛି।

ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରୁ ୧୦ଟି ବୃହତ୍‌ ଦଳଙ୍କ ପାଖରେ ରହିଛି ୨୦୨୮କୋଟି ୭୧୫ଲକ୍ଷ ଟଙ୍କାର ସମ୍ପତ୍ତି। ସମାଜବାଦୀ ପାର୍ଟିର ସମ୍ପତ୍ତି ପରିମାଣ ୫୬୩ କୋଟି ୪୭ଲକ୍ଷ ଟଙ୍କା ଥିବାବେଳେ ଟିଆରଏସ ପାଖରେ ୩୦୧ କୋଟି ୪୭ଲକ୍ଷ ଓ ଏଆଇଏଡିଏମକେ ପାଖରେ ୨୬୭ କୋଟି ୬୧ଲକ୍ଷ ଟଙ୍କା ରହିଛି। ଅପରପକ୍ଷରେ ୭ଟି ରାଷ୍ଟ୍ରୀୟ ଏବଂ ୪୪ଟି ଆଞ୍ଚିଳକ ଦଳ ମୋଟ ୧୩୪ କୋଟି ୯୩ ଲକ୍ଷ ଟଙ୍କାର ଋଣ କରିଥିବା ସେମାନେ ଘୋଷଣା କରିଛନ୍ତି। କଂଗ୍ରେସ ସର୍ବାଧିକ ୪୯ କୋଟି ୫୫ ଲକ୍ଷ ଟଙ୍କା ଋଣ କରିଥିବା ପ୍ରକାଶ। ବିଜେପି ୩୨୫୩କୋଟି ଓ ବିଏସ୍‌ପି ୬୧୮.୮୬ କୋଟି ଟଙ୍କାର ସ୍ଥାୟୀ ଜମା ରଖିଛନ୍ତି। କଂଗ୍ରେସର ସ୍ଥାୟୀ ଜମା ପରିମାଣ ୨୪୦.୯୦କୋଟି ଟଙ୍କା ରହିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories