www.samajalive.in
Tuesday, December 9, 2025
19.1 C
Bhubaneswar

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପିର ୭୮ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ : ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବି.ଜେ.ପି. ସୋମବାର ୭୮ ଜଣ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ମନୋହର୍‍ ଲାଲ୍‍ ଖଟ୍ଟର କର୍ଣ୍ଣଲ୍‍ ଆସନରୁ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବେ। କୁସ୍ତିଯୋଦ୍ଧା ଯୋଗେଶ୍ୱର ଦତ୍ତ ବରୋଦା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲାବେଳେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସନ୍ଦିପ୍‍ ସିଂହଙ୍କୁ ପେହୋୱା ଆସନରୁ ପ୍ରାର୍ଥୀ କରାଯାଇଛି। କୁସ୍ତି ପ୍ରତିଯୋଗୀ ବବିତା ଫୋଗଟଙ୍କୁ ଦାଦ୍ରି ଆସନରୁ ପ୍ରାର୍ଥୀ କରାଯାଇଥିଲାବେଳେ ରାଜ୍ୟ ବି.ଜେ.ପି. ମୁଖ୍ୟ ସୁବାସ ବରାଳଙ୍କୁ ତୋହନା ଆସନରୁ ପ୍ରାର୍ଥୀ କରାଯାଇଛି। ରାଜ୍ୟପାହ୍ୟା ମନ୍ତ୍ରୀ କ୍ୟାପ୍‍ଟେନ୍‍ ଅଭିମନ୍ୟୁଙ୍କୁ ନାରନୌନ୍ଦ୍‍ ଆସନରୁ ପୁନର୍ବାର ଟିକେଟ୍‍ ଦିଆଯାଇଛି।

ଏଥର ତାଲିକାରେ ୩୮ ଜଣ ବିଧାୟକଙ୍କୁ ପୁନର୍ବାର ଟିକେଟ୍‍ ଦିଆଯାଇଥିଲାବେଳେ ୭ ଜଣ ବିଧାୟକଙ୍କୁ ଦିଆଯାଇ ନାହିଁ। ତାଲିକାରେ ୯ ଜଣ ମହିଳା ପ୍ରାର୍ଥୀଙ୍କ ନାମ ମଧ୍ୟ ରହିଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories