କୋଲକାତାରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲେ ବିଜେପି ଅଧ୍ୟକ୍ଷ ନଡ୍ଡା
ଡେସ୍କ: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଜି କୋଲକାତାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଯେ କୋଲକାତା ପୋଲିସର ଅତ୍ୟାଚାରର ଫଟୋ ଗଣତାନ୍ତ୍ରିକ ନୀତିକୁ ଗୁରୁତ୍ୱ ଦେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କ୍ରୋଧିତ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନରେ ମହିଳାଙ୍କ ସୁରକ୍ଷା ପାଇଁ କହିବା ଅପରାଧ କି ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି।
The images of police highhandedness from Kolkata have angered every person who values democratic principles.
In Didi's West Bengal, to help rapists and criminals is valued but it's a crime to speak for women's safety.
— Jagat Prakash Nadda (@JPNadda) August 27, 2024
Comments are closed.