www.samajalive.in
Tuesday, December 9, 2025
23.1 C
Bhubaneswar

ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଅନ୍ୟାୟକୁ ବିରୋଧ କରିବ ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାର ନିଜର ଦୋଷ ଦୁର୍ବଳତା ଶୁଣିବା ପାଇଁ ପ୍ରସ୍ତୁତ ନାହାଁନ୍ତି। ଯିଏ ସତ୍ୟ କହୁଛି ଅବା ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାକୁ ଆଣୁଛି ରାଜ୍ୟ ସରକାର ପୁଲିସ ଲଗାଇ ସେମାନଙ୍କୁ ଗିରଫ କରି ଏକ ଭୟର ବାତାବରଣ ସୃଷ୍ଟି କରୁଛନ୍ତି। କୋଭିଡ ପରିଚାଳନାର ଅବ୍ୟବସ୍ଥା ସଂପର୍କିତ ଭାଇରାଲ ଅଡିଓ ଅଭିଯୋଗରେ ଗିରଫ ହୋଇଥିବା ଲକ୍ଷ୍ମୀକାନ୍ତ ବେହେରା ଏବଂ ବିଶ୍ୱଜିତ ମହାନ୍ତିଙ୍କୁ ଗିରଫ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧୀ ଦଳ ଲକ୍ଷ୍ମୀକାନ୍ତ ବେହେରାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଘଟଣା ସଂପର୍କରେ ଆଲୋଚନା କରିଛନ୍ତି। ପରିବାର ଲୋକ ଅନେକ ଦୁଃଖ ଓ ମାନସିକ ଯନ୍ତ୍ରଣାରେ ଥିବା କଥା ପ୍ରତିନଧି ଦଳ ଆଗରେ ବଖାଣିଛନ୍ତି। ଏହି ଅଡିଓକୁ କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ଭାଇରାଲ କରାଯାଇ ନଥିଲା। ସତ କଥା କହିବା ପରେ ରାଜ୍ୟସରକାର ସେମାନଙ୍କୁ ଗିରଫ କରି ଅକଥନୀୟ ଅତ୍ୟାଚାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗତକାଲି ଗିରଫ କରାଯାଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ଶ୍ରୀ ସିଂ ଦାବୀ କରିଛନ୍ତି।

ଶ୍ରୀ ସିଂ କହିଛନ୍ତି ଯେ, ପୋଲିସ ପକ୍ଷରୁ ଗତ ୯ ତାରିଖ ଦିନ ଏହି ଦୁଇ ଜଣ ବ୍ୟକ୍ତିଙ୍କୁ ନିଜ ଘରୁ ଉଠାଇ ନେଇ ରାତି ୧୨ ଟାରେ ପୋଲିସ ପଚରାଉଚରା କରିବା ପାଇଁ ଡାକିଛି ବୋଲି ସୂଚନା ଦେବା ଅତ୍ୟନ୍ତ ନିନ୍ଦନୀୟ। ଗତ କାଲି ଅର୍ଥାତ୍‍ ୧୦ ତାରିଖରେ ପ୍ରେସ ରିଲିଜ ମାଧ୍ୟମରେ ସେହି ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା କଥା ପୋଲିସ ସୂଚନା ଦେଲା। ଏଭଳି ଘଟଣାରେ ପ୍ରାୟତଃ ପୋଲିସ କମିଶନର ସବୁ ସାମ୍ବାଦିକମାନଙ୍କୁ ଡାକି ଘଟଣା ସଂପର୍କରେ ସୂଚନା ଦେଇଥାନ୍ତି। ମାତ୍ର ଏସବୁ ନକରି କେବଳ ପ୍ରେସ ରିଲିଜ ମାଧ୍ୟମରେ ଗିରଫ କରିବା କଥା ଜଣାଇବା ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

- Advertisement -

ସେ ଅଭିଯୋଗ କରି କହୁଛନ୍ତି ଯେ ଏହି ଭାଇରାଲ ଅଡିଓ କ୍ଲିପରେ ଏମିତି କଣ ଥିଲା ଯେ ଦୁଇ ଜଣଙ୍କୁ ଗିରଫ କରାଗଲା, ଏହାର ଉତ୍ତର ବିଏମସି କର୍ତୃପକ୍ଷ ଏବଂ ଭୁବନେଶ୍ୱର ପ୍ରଶାସନ ସ୍ପଷ୍ଟ କରନ୍ତୁ। ଅଡିଓ କ୍ଲିପରେ ଏମିତି କୌଣସି କଥା ବି ନାହିଁ ଯାହା ସମାଜରେ ଭୟର ବାତାବରଣ ସୃଷ୍ଟି କରିବ। ଭାଇରାଲ ଅଡିଓ କ୍ଲିପକୁ ପ୍ରଶାସନ ଭଲ ଭାବରେ ଶୁଣନ୍ତୁ ଏବଂ ବୁଝନ୍ତୁ କି, ଏଥିରେ ଏପରି କଣ ଅଛି ଯେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଗଲା। ଏଭଳି ଏକଚାଟିଆ ମନୋମୁଖୀ ଶାସନକୁ ଭୁବନେଶ୍ୱରବାସୀ କେବେ ବି କ୍ଷମା ଦେବେ ନାହିଁ। ସାଧାରଣ ଲୋକଙ୍କ ପ୍ରତି ପ୍ରଶାସନର ଆକ୍ରୋଣମୂଳକ ପଦକ୍ଷେପ ଏବଂ ବିଏମସି ଓ ପୋଲିସ ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନକୁ ଶ୍ରୀ ସିଂ ଦୃଢ ନିନ୍ଦା କରିଛନ୍ତି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories