ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି ମଙ୍ଗଳବାର କରାଯାଇଛି। ଲୋୟର ପିଏମଜିରେ ଯୁବ ମୋର୍ଚ୍ଚାର ରାଲି କରାଯାଉଥିବା ବେଳେ ନବ ଦାସଙ୍କ ହତ୍ୟା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ରାଲି କରାଯାଉଛି। ତେବେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ବେଳେ ପୁଲିସ-ବିଜେପି ଯୁବ ମୋର୍ଚ୍ଚା ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ରାଲିରେ ରାଜ୍ୟର ସବୁ ଜିଲାର ଯୁବ ମୋର୍ଚ୍ଚା ସଦସ୍ୟମାନେ ଏଥିରେ ସାମିଲ ହୋଇଛନ୍ତି ବୋଲି ସୂଚନା ମିଳିଛି।
ବିଶାଳ ରାଲି ସହ ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ କରିଥିଲେ। ଭିତରକୁ ଯିବାକୁ ଉଦ୍ୟମ କରିବା ସମୟରେ ପୁଲିସ ଅଟକାଇବାକୁ ପ୍ରୟାସ କରିଥିଲା। ଏହାପରେ ପୁଲିସ–ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ସହ ଲାଠି ମାଡ ହୋଇଛି। ଏଥିରେ କିଛି ପୁଲିସ ଓ ବିଜେପି କର୍ମୀ ଆହତ ହୋଇଛନ୍ତି। ଲୋୟର ପିଏମଜି ଏକ ପ୍ରକାର ରଣକ୍ଷେତ୍ରରେ ପରିଣତ ହୋଇଛି।
ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ; ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି
Popular Categories



