ହରିଦ୍ବାର: ଉତ୍ତରାଖଣ୍ଡର ପୌରୀ ଲୋକସଭା ସାଂସଦ ତୀରଥ ସିଂହ ରାୱତଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ସାଢେ ୭ଟାରେ ଦିଲ୍ଲୀ-ହରିଦ୍ବାର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ସାଂସଦ ତୀରଥ ସିଂହ ରାୱତ ଦିଲ୍ଲୀରୁ ଡେରାଡୁନ୍ ଫେରୁଥିଲେ। ବିପରୀତ ଦିଗରୁ ଆସୁଥିବା ଏକ କାରକୁ ବଞ୍ଚାଇବାକୁ ଯାଇ ତାଙ୍କ କାର ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣାରେ ସାଂସଦଙ୍କ କାର ଓଲଟି ପଡିଥିଲା। ଦୁର୍ଘଟଣାସ୍ଥଳରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ହରିଦ୍ବାର ସିଟି ହସ୍ପିଟାଲାରେ ଭର୍ତ୍ତି କରାଯାଇଛି ବୋଲି ଦଳୀୟ କର୍ମୀ ସୂଚନା ଦେଇଛନ୍ତି।
Popular Categories



