www.samajalive.in
Thursday, November 13, 2025
25.1 C
Bhubaneswar

ବିଜେପି କୋର କମିଟି ବୈଠକ ପୂର୍ବରୁ ଏମିତି କହିଲେ ବସନ୍ତ ପଣ୍ଡା

ସମାଜ ଡିଜିଟାଲ ଡେସ୍କ: ବିଜେପି କୋର କମିଟି ବୈଠକ ପୂର୍ବରୁ ଦଳର ବରିଷ୍ଠ ନେତା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ବଡ଼ ମନ୍ତବ୍ୟ ଦେଇଛନ୍ତି। ଜୟ ଢୋଲକିଆ ବିଜେପିରେ ସାମିଲ ହେବା ପରେ ନୂଆପଡ଼ାରୁ ସେ ପ୍ରାର୍ଥୀ ହେବା ନେଇ ଏକପ୍ରକାର ନିଶ୍ଚିତ ହୋଇଛି। ଯଦିଓ ଦଳ ଏହା ଘୋଷଣା କରିନାହିଁ, ତେବେ ଜୟ ବିଜେପିରୁ ପ୍ରାର୍ଥୀ ହେବେ ବୋଲି ଆଲୋଚନା ହେଉଛି।

ତେବେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବସନ୍ତ ପଣ୍ଡା। ସେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନ ମୋର ଭୂମିକା ବିଲକୁଲ ରହିବ। ଆଗରୁ ଥିଲା ଏବେ ବି ରହିବ। ଜୟ ଢୋଲକିଆଙ୍କୁ ବିଜେପିକୁ ସ୍ଵାଗତ। ମାନସିକତା ଥିଲେ ସବୁ ଠିକ୍ ହେଇଯିବ। ପ୍ରାର୍ଥୀ କିଏ ହେବ ତାହା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ଆଜିର ବୈଠକରେ ଅନେକ ବିଷୟରେ ଆଲୋଚନା ହେବାର ଅଛି। ନୂଆପଡ଼ା ଉପନିର୍ବାଚନ ଉପରେ ଆଲୋଚନା ହେବ। ମୁଁ କର୍ଯ୍ୟକର୍ତ୍ତା କାଲି ଥିଲି ଆଜି ବି ଅଛି। ନୂଆପଡ଼ାରେ ବିଜେପି ଶତ ପ୍ରତିଶତ ଜିତିବ। ମୋହନ ସରକାରରେ ଆଉ ଏକ ଫୁଲ ଫୁଟିବ ବୋଲି ସେ କହିଛନ୍ତି।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories