www.samajalive.in
Sunday, December 7, 2025
23.1 C
Bhubaneswar

ହାତୀ ଘଉଡାଇବା ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ଦାବୀରେ କଣିହାଁରେ ବିଜେପିର ଗଣଧାରଣା

କଣିହାଁ : କଣିହାଁ ବ୍ଲକ ଅଧିନସ୍ଥ ହନୁମାନପୁର, ଦଲକ, ତାଳପଦା, ଲିପଶି, କୁଳୁମା ଓ ଡେରଙ୍ଗ ପଞ୍ଚାୟତର ବିଭିନ୍ନ ଗ୍ରାମ ତଥା ଅନ୍ୟାନ୍ୟ ଗ୍ରାମରେ ହାତୀ ଉପଦ୍ରବ ବଢିବାରେ ଲାଗିଛି। ମାସ ମାସ ଧରି ଏହି ଅଞ୍ଚଳରେ ହାତୀପଲ ଆଡା ଜମାଇ ଜନସାଧାରଣଙ୍କ ଧାନ ଫସଲ ସହିତ ଅନ୍ୟାନ୍ୟ ଫସଲ ନଷ୍ଟ କରିବା ସହ ଧନ ଜୀବନ ହାନୀ ହେଉଛି। ବନ ବିଭାଗ ହାତୀ ଘଉଡାଇବା ପାଇଁ ଉପଯୁକ୍ତ ପଦେକ୍ଷପ ନେଉନାହାଁନ୍ତି କି ଲୋକମାନଙ୍କୁ ଉପଯୁକ୍ତ କ୍ଷତିପୁରଣ ଦେଉନଥିବା ନେଇ ବିଜେପି ଅଭିଯୋଗ କରିଛି। ହାତୀ ଘଉଡାଇବା ପାଇଁ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ ଦାବୀରେ ରେଙ୍ଗାଳି ବିଜେପି ମଣ୍ଡଳ ପକ୍ଷରୁ କଣିହାଁ ବ୍ଲକ ସମ୍ମୁଖରେ ଗଣାଧାରଣା ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ଗୁରୁବାର ସକାଳ ୧୦ଘଟିକା ସମୟରେ ରେଙ୍ଗାଳି ବିଜେପି ମଣ୍ଡଳ ସଭାପତି ତଥା କଣିହାଁ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନଙ୍କ ନେତୃତ୍ୱରେ କଣିହାଁ ବ୍ଲକର ବିଜେପି କର୍ମକର୍ତ୍ତା କଣିହାଁ ବ୍ଲକ ସମ୍ମୁଖରେ ଗଣଧାରଣା ଦେଇଥିଲେ। ଧାରଣାରେ ପୁର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, କଣିହାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ନମିତା ସାହୁ, ଜିଲା ବିଜେପି ଉପ ସଭାପତି ନୃସିଂହ ଚରଣ ବରାଳ, ପବିତ୍ରନଗର ମଣ୍ଡଳ ବିଜେପି ସଭାପତି ପ୍ରହ୍ଲାଦ ଚନ୍ଦ୍ର ସାମଲ, ଜଗନ୍ନାଥ ପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଅପାରଗତା ବିରୁଦ୍ଧରେ ଏହି ନେତାମାନେ ବର୍ଷିଥିଲେ। ହାତୀ ଉପଦ୍ରବରେ ଏହି ଅଞ୍ଚଳରେ ୨ବର୍ଷରେ ୬ଜଣଙ୍କର ଜୀବନ ଯାଇଥିବା ବେଳେ ବ୍ୟାପକ ଖରିଫ୍  ଓ ରବି ଫସଲ ନଷ୍ଟ ହୋଇଛି। ଚାଷୀ ତାର ଉପଯୁକ୍ତ କ୍ଷତିପୁରଣ ପାଇ ପାରୁନାହିଁ। ୧୫ଦିନ ମଧ୍ୟରେ ହାତୀ ନ ଘଉଡାଇଲେ ଆମେ ଏଠାରୁ ଅଫିସର ମାନଙ୍କୁ ଘଉଡାଇ ଦେବୁ ବୋଲି ବିଜେପି ନେତା ଅଶୋକ ମହାନ୍ତି ପ୍ରକାଶ କରିଥିଲେ।

- Advertisement -

ପୁର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ହାତୀ ସମସ୍ୟା ସଂପର୍କରେ ଅନୁଗୋଳ ଆରସିସିଏଫଙ୍କ ସହ ବିସ୍ତୃତ ଆଲୋଚନା କରିବେ ବୋଲି କହିଥିଲେ। ପରେ ଧାରଣାସ୍ଥଳୀକୁ କଣିହାଁ ବିଡିଓ ରମେଶ କୁମାର ଜେନା, କଣିହାଁ ରେଞ୍ଜର ନିଳମଣୀ ଦେହୁରୀ ପ୍ରମୁଖ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। କଣିହାଁ ବିଡିଓ ୧୫ ଦିନ ମଧ୍ୟରେ କଣିହାଁରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ହାତି ଘଉଡାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିବାପରେ ଅପରାହ୍ନ ପ୍ରାୟ ୧ଘଟିକା ସମୟରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲା କମିଟି ସଦସ୍ୟ ସୁମନ୍ତ କୁମାର ପ୍ରଧାନ, ରେଙ୍ଗାଳି ମଣ୍ଡଳ ସଂପାଦକ ହରେକୃଷ୍ଣ ପ୍ରଧାନ, ବଡଗୁଣ୍ଡୁରି ସରପଞ୍ଚ ଲୋକନାଥ ସାହୁ, କଣିହାଁ ମଣ୍ଡଳ ସଭାପତି ତଥା ସମିତିସଭ୍ୟ ଦେବେନ୍ଦ୍ର ବାରିକ,ସଂପାଦକ କର୍ଣ୍ଣ ଭୁତିଆ, ଜିଲା କମିଟି ସଦସ୍ୟ ସୌଭାଗ୍ୟ ରାଉତ, ହନୁମାନପୁର ସରପଞ୍ଚ ଗୋପବନ୍ଧୁ ସେଠୀ, ମିଡିଆ ସେଲ୍ ସଂଯୋଜକ ସୁଶାନ୍ତ କୁମାର ସାମଲ, ଜିଲା ଏସସିମୋର୍ଚ୍ଚା ଉପସଭାପତି ସତ୍ୟାନନ୍ଦ ନାଏକ, ଟୁନା ସାହୁ, କେଶବ ସାହୁ, ଦୈତାରି ପ୍ରଧାନ, ରେଙ୍ଗାଳି ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ହୃଦୟ ଚନ୍ଦ୍ର ପ୍ରଧାନ, ନିର୍ମଳ ବେହେରା ପ୍ରମୁଖ ସାମିଲ ଥିଲେ। ଧାରଣା ପରେ ବିଜେପିର ପ୍ରତିନିଧିଗଣ କଣିହାଁ ପ୍ରେସକ୍ଲବକୁ ଯାଇ ସାମ୍ବାଦିକ ମାନଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories