www.samajalive.in
Sunday, December 7, 2025
26.1 C
Bhubaneswar

ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ: ପ୍ରଚାର କରିବେ ନବୀନ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପ୍ରଥମେ ରହିଛନ୍ତି ସଭାପତି ନବୀନ ପଟ୍ଟନାୟକ । ନୂଆପଡାରେ ପ୍ରାର୍ଥୀ ହୋଇଥିବା ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବେ ସଭାପତି ନବୀନ ପଟ୍ଟନାୟକ ।

- Advertisement -

ଏହାସହିତ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନିରଞ୍ଜନ ପୂଜାରୀ, ଡ. ଅରୁଣ କୁମାର ସାହୁ, ପ୍ରତାପ କେଶରୀ ଦେବ, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ସଞ୍ଜୟ କୁମାର ଦାସବର୍ମା ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏହାସହ ଦିବ୍ୟଶଙ୍କର ମିଶ୍ର, କଳିକେଶ ନାରାୟଣ ସିଂହଦେଓ, ସାରଦା ନାୟକ, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରୀତିରଞ୍ଜନ ଘଡ଼ାଇ, ଟୁକୁନି ସାହୁ, ସୁଲତା ଦେଓ, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଡି, ଦେବେଶ ଆଚାର୍ଯ୍ୟ, ପ୍ରଦୀପ କୁମାର ଦିଶାରୀ, ସରୋଜ କୁମାର ମେହେର, ରୋହିତ ପୂଜାରୀ, ମୁଜିବୁଲ୍ଲା ଖାଁ, ବିକ୍ରମ ପଣ୍ଡା, ଭୃଗୁ ବକ୍ସିପାତ୍ର, ଯୋଗେଶ ସିଂହ, ନିରଞ୍ଜନ ବିଶି, ମନୋହର ରାନ୍ଧାରୀ, ରମେଶ ମାଝୀ, ପ୍ରଦୀପ ମାଝୀ, ଅଧିରାଜ ପାଣିଗ୍ରାହୀ, ରୋମାଞ୍ଚ ରଞ୍ଜନ ବିଶ୍ବାଳ, ସୁବାସିନୀ ଜେନା, ବର୍ଷା ସିଂ ବରିହା, ଦୀପାଳି ଦାସ, ମନୋରମା‌ ମହାନ୍ତି, ଚିନ୍ମୟ ସାହୁ ଏବଂ ଈପ୍‌ସିତା ସାହୁଙ୍କ ନାମ ତାରକା ପ୍ରଚାରକ ତାଲିକାରେ ରହିଛି। ଆସନ୍ତା ସୋମବାର ଦିନ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ କରିବେ ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories