www.samajalive.in
Sunday, December 7, 2025
18.1 C
Bhubaneswar

ଜୁନିଅରଙ୍କୁ ଜଗିବେ ସିନିଅର – ୬ ନେତା ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଜିଲ୍ଲାର ଦାୟିତ୍ୱ ୩୦ ଜଣ ନେତାଙ୍କୁ ଦେଇଥିବା ବେଳେ ସେମାନଙ୍କୁ ପରାମର୍ଶ ଓ ପ୍ରସ୍ତାବ ଦେବା ପାଇଁ ଦଳର ୬ ଜଣ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଜଣେ ନେତାଙ୍କ ଅଧୀନରେ ସର୍ବନିମ୍ନ ୨ଟି ଜିଲ୍ଲା ରହିଥିବା ବେଳେ ସର୍ବାଧିକ ୭ଟି ଜିଲ୍ଲା ରହିଛି। ବରିଷ୍ଠ ପର୍ଯ୍ୟବେକ୍ଷକ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ସେମାନଙ୍କ କାର୍ଯ୍ୟରେ ସହାୟତା କରିବା ସହ ଆବଶ୍ୟକ ପରାମର୍ଶ ଦେବେ।

ସେହି ବରିଷ୍ଠ ପର୍ଯ୍ୟବେକ୍ଷକମାନେ ହେଉଛନ୍ତି –
୧. ସୌମ୍ୟରଞ୍ଜନ ପଟ୍ଟନାୟକ: ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୋନପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ
୨. ନିରଞ୍ଜନ ପୂଜାରୀଙ୍କୁ: ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼
୩. ପ୍ରସନ୍ନ ଆଚାର୍ଯ୍ୟ: କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର
୪. ମହେଶ୍ୱର ମହାନ୍ତି: ମୟୂରଭଞ୍ଜ ଓ କେନ୍ଦୁଝର
୫. ଦେବୀ ପ୍ରସାଦ ମିଶ୍ର: ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ
୬. ବିକ୍ରମ କେଶରୀ ଆରୁଖ: ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories