ଧର୍ମେନ୍ଦ୍ରଙ୍କ ଗୋଲାପି ଚିତ୍ର: ବିଜେଡି

ଭୁବନେଶ୍ୱର : ବିଜେପି କ୍ଷମତାକୁ ଆସିଲେ ୧ଟଙ୍କାରେ ଚାଉଳ, ଡାଲି ଓ ଲୁଣ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସଭାରେ ଦେଇଥିବା ପ୍ରତିଶ୍ରୁତି ଏକ ବଡ଼ ମିଛ ପ୍ରତିଶ୍ରୁତି ଓ ଗୋଲାପି ଚିତ୍ର ବୋଲି ବିଜେଡି ପ୍ରତିକ୍ରିୟା ରଖିଛି।
ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି, ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପିର ସ୍ଥିତି ତାଙ୍କୁ ବିବ୍ରତ କରିଥିବାରୁ ସେ ନିରୁତ୍ସାହିତ ହୋଇ ଅଧିକ ମିଛ କହିବା ଆରମ୍ଭ କରିଛନ୍ତି। ଆଜି ସେ ଦେଇଥିବା ମିଛ ପ୍ରତିଶ୍ରୁତି ଏହାର ଏକ ବଡ଼ ଉଦାହରଣ। ବିଜେପି ଦେଶର ୨୨ଟି ରାଜ୍ୟରେ ଶାସନ କରୁଥିବା ଦଳର ନେତାମାନେ କହୁଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ସେଭଳି କାର୍ଯ୍ୟକ୍ରମ କୌଣସି ଗୋଟିଏ ବି ରାଜ୍ୟରେ କାର୍ଯ୍ୟକାରୀ କରିଥିବା ଦେଖିବାକୁ ମିଳିନାହିଁ। ଗୁଜରାଟରେ ୨୦ ବର୍ଷ ଶାସନ କ୍ଷମତାରେ ଥାଇ ମଧ୍ୟ ସେଠାରେ କାର୍ଯ୍ୟକାରୀ କରି ପାରିନାହାନ୍ତି। ପୂର୍ବରୁ ବିଜେପିର ୨ କୋଟି ଚାକିରି, ୧୫ଲକ୍ଷ ଟଙ୍କା ଜମା, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତାର ମିଛ ପ୍ରତିଶ୍ରୁତି
ଭଳି ଧର୍ମେନ୍ଦ୍ର ପ୍ରଧାନ ଆଉ ଏକ ବଡ଼ ମିଛ କହି ଓଡ଼ିଶାବାସୀଙ୍କୁ ଠକିବାକୁ ଉଦ୍ୟମ କରିଥିବା ଶ୍ରୀ ମହାନ୍ତି କହିଛନ୍ତି।

Comments are closed.