ବିଜେଡିର ୧୯ ମୁଖପାତ୍ର, ୧୦ ପାନେଲିଷ୍ଟ ନିଯୁକ୍ତ

ଭୁବନେଶ୍ୱର : ବିଜେଡି ପକ୍ଷରୁ ନିଯୁକ୍ତ ମିଡିଆ ଟିମ ସଦସ୍ୟଙ୍କ ତାଲିକା ବୁଧବାର ଘୋଷଣା କରାଯାଇଛି। ଏହି କ୍ରମରେ ୫ ଜଣଙ୍କୁ ଜାତୀୟ ମୁଖପାତ୍ର, ୧୪ ଜଣଙ୍କୁ ରାଜ୍ୟ ମୁଖପାତ୍ର ଏବଂ ୧୦ ଜଣଙ୍କୁ ପାନେଲିଷ୍ଟ ଭାବେ ନିଯୁକ୍ତି ଦିଆଯାଇଛି।

ବିଜେଡିର ଜାତୀୟ ମୁଖପାତ୍ର ଭାବେ ସାଂସଦ ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଡ. ଅମର ପଟ୍ଟନାୟକ, ଡ ସସ୍ମିତ ପାତ୍ର ଏବଂ ସସ୍ୟନାରାୟଣ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ସାଂସଦ ଡ. ସସ୍ମିତ ପାତ୍ର ବିଜେଡିର ଗଣମାଧ୍ୟମ ସଂଯୋଜକ ଅଛନ୍ତି। ସେହିପରି ରାଜ୍ୟରେ ମୁଖପାତ୍ର ଭାବେ ବିଧାୟକ ପ୍ରତାପ କେଶରୀ ଦେବ, ଦେବୀ ପ୍ରସାଦ ମିଶ୍ର, ସାଂସଦ ପ୍ରଶାନ୍ତ ନନ୍ଦ, ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ବ୍ୟୋମକେଶ ରାୟ, ସୁବାଷ ଚୌହାନ, ସୁବାଷ ସିଂହ, ଆକାଶ ଦାସନାୟକ, ଅନୁଭବ ପଟ୍ଟନାୟକ, ଡ. ଲେନିନ ମହାନ୍ତି, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର ଓ ଭରଦ୍ୱାଜ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ପାନେଲିଷ୍ଟ ଭାବେ ମିହିର ମହାନ୍ତି, ଡ. ସନ୍ତୋଷ ଲେଙ୍କା, ବିଶ୍ୱଜିତ ମହାନ୍ତି, ସଞ୍ଜୟ ବାବୁ, ଡ. ହରିଶ ଚୌଧୁରୀ, ତପନ ଦାସ, ଦୁର୍ଗା ସାମନ୍ତରାୟ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାସ ଓ ଓମ ପ୍ରକାଶ ସାହୁ।

Comments are closed.