ଭୁବନେଶ୍ୱର: ପୁଣି ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର । ନିଜ ସୋସିଆଲ ମିଡ଼ିଆ ଏକ୍ସ ଆକାଉଣ୍ଟରେ ଶ୍ରୀମୟୀ ମିଶ୍ର ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ପରୋକ୍ଷରେ ପାଣ୍ଡିଆନଙ୍କ ଆଡକୁ ନିଶାନା କରିଛନ୍ତି । ସନ୍ନ୍ୟାସ ଏବଂ ସନ୍ନ୍ୟାସୀ ଉପରେ ଆଧାରିତ ଏକ ୱେବ ସିରିଜ୍ ଦେଖିବା ପରେ ଶ୍ରୀମୟୀ ଲେଖିଛନ୍ତି ଯେ ଆଜିର ଯୁଗରେ ସନ୍ନ୍ୟାସୀଙ୍କ ପରିଭାଷା ଅଲଗା । ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୂରେଇ ରହିଥିବା ବ୍ୟକ୍ତିକୁ ହିଁ ସନ୍ନ୍ୟାସୀ ରୂପେ ଗ୍ରହଣ କରେ । କିନ୍ତୁ ଏଥିରେ ବ୍ୟତିକ୍ରମ ହେଲେ ସମାଜ ତାକୁ ଭଣ୍ଡ ଆଖ୍ୟା ଦେବାକୁ ପଛାଏ ନାହିଁ । ହେଲେ ଏବେ କିଛି ଘଟଣା ତାର ବ୍ୟତିକ୍ରମ । ଯେଉଁମାନେ ସନ୍ନ୍ୟାସ କହି ସବୁ ସୁଖ ସ୍ୱାଚ୍ଛଦ ପ୍ରତି ଲାଳାୟିତ ରହୁଛନ୍ତି ଓ ଭଣ୍ଡ ସନ୍ନ୍ୟାସ ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି । ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ ଜଗତ ପଛେ ନର୍କେ ପଡିଥାଉ, ମୋ ଜୀବନ ଉଦ୍ଧାର ହେଉ’ ବୋଲି ସେ ଲେଖିଛନ୍ତି । ଯେଉଁମାନେ ଜଗନ୍ନାଥଙ୍କ ନାଁ ନେଇ ଅନ୍ୟ ପାଇ ଗାତ ଖୋଳୁଛନ୍ତି, ସେମାନେ ନିଜେ ସେଇ ଗାତରେ ପଡୁଛନ୍ତି । ତେବେ ଶ୍ରୀମୟୀ ତାଙ୍କ ପୋଷ୍ଟରେ ସ୍ପଷ୍ଟ ଭାବେ କାହା ନାଁ ନେଇନଥିଲେ, କାହାକୁ ସ୍ପଷ୍ଟ ଇଙ୍ଗିତ କରୁଥିବା ଜଣାପଡୁଛି ।
ପୁଣି ପାଣ୍ଡିଆନଙ୍କୁ ଟାର୍ଗେଟ: ଧୃତରାଷ୍ଟ୍ର ପରେ ଶ୍ରୀମୟୀଙ୍କ ସନ୍ୟାସୀ ଉପାଖ୍ୟାନ
Popular Categories



