www.samajalive.in
Monday, December 8, 2025
14.1 C
Bhubaneswar

ଧୃତରାଷ୍ଟ୍ର କିଏ ? ଚର୍ଚ୍ଚାରେ ଶ୍ରୀମୟୀଙ୍କ ପୋଷ୍ଟ

ସମାଜ ଡିଜିଟାଲ ଡେସ୍କ: ବିଭିନ୍ନ ପ୍ରସଙ୍ଗ ବିଶେଷ କରି ଦଳୀୟ ନେତୃତ୍ଵକୁ ନେଇ ବିଜୁ ଜନତା ଦଳ(ବିଜେଡି) ଭିତରେ କେଉଁଠି ନାଁ କେଉଁଠି ଅସନ୍ତୋଷ ରହିଛି। ନେତାମାନେ ଏ ନେଇ ମୁହଁ ଖୋଲୁ ନ ଥିଲେ ହେଁ ସେମାନଙ୍କ ମନ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଏକ ପୋଷ୍ଟକୁ ନେଇ ଏବେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି।

ଶ୍ରୀମୟୀ ସାମାଜିକ ଗଣମାଧ୍ୟମ ଫେସବୁକ’ରେ ଏକ ପୋଷ୍ଟରେ ଲେଖିଛନ୍ତି, ଧୃତରାଷ୍ଟ୍ର ହସ୍ତିନାପୁରର ରାଜା ଭାବେ ଦ୍ରୌପଦୀଙ୍କ ଅପମାନ ହେଉଥିବା ସଭାରେ ଅଧ୍ୟକ୍ଷତା କରୁଥିଲେ। ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରି ନ ଥିଲେ। ଧୃତରାଷ୍ଟ୍ରଙ୍କର ତାଙ୍କ ପୁତ୍ରମାନଙ୍କ ପ୍ରତି, ବିଶେଷକରି ଦୁର୍ଯେ୍ୟାଧନଙ୍କ ପ୍ରତି ଅନ୍ଧ ପ୍ରୀତି ରହିଥିଲା, ଯାହା ତାଙ୍କୁ ସଭାରେ ନୀରବ ରହିବାକୁ ପ୍ରଭାବିତ କରିଥିଲା। ସେମିତି କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ, ଯେଉଁମାନେ ଅନ୍ୟାୟ ରୋକିବାକୁ ପ୍ରକୃତ ପ୍ରୟାସ କରନ୍ତି ନାହିଁ। ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା କରେନାହିଁ। କାରଣ ସେମାନଙ୍କ ଦୁଃଖଦ ପରିଣାମ ଆଣିଥାଏ।

- Advertisement -

ଶ୍ରୀମୟୀଙ୍କ ମତରେ ଏହି ଧୃତରାଷ୍ଟ୍ର ଜଣକ କିଏ ? ଶ୍ରୀମୟୀ ସିଧାସଳଖ କାହାର ନାଁ ନେଇ ନାହାନ୍ତି, କିନ୍ତୁ ଏହା ପରୋକ୍ଷରେ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଆକ୍ଷେପ ନୁହେଁ ତ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଶ୍ରୀମୟୀଙ୍କୁ ବର୍ତ୍ତମାନ ବିଜେଡିର କୌଣସି ଦଳୀୟ କାର୍ଯ୍ୟକ୍ରମରେ ସେତେ​‌ ଦେଖିବାକୁ ମିଳୁନାହିଁ। ଏହା ପଛରେ ତାଙ୍କର ଅସନ୍ତୋଷ ଲୁଚି ରହିଥିବା କୁହାଯାଉଛି। ତାଙ୍କର ଏହି ପୋଷ୍ଟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories