www.samajalive.in
Sunday, December 7, 2025
26.1 C
Bhubaneswar

ଉପନିର୍ବାଚନ: ରାଜସ୍ଥାନରେ କଂଗ୍ରେସ, ହରିଆଣାରେ ବିଜେପି ବିଜୟୀ

ନୂଆଦିଲ୍ଳୀ: ଦୁଇଟି ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନରେ କଂଗ୍ରେସ ଓ ବିଜେପିକୁ ମିଶ୍ରିତ ଫଳାଫଳ ମିଳିଛି। ରାଜସ୍ଥାନର ରାମଗଡ଼ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ହରିଆଣାର ଜିନ୍ଦରେ ବିଜେପି ପ୍ରାର୍ଥୀ ଜୟଯୁକ୍ତ ହୋଇଛନ୍ତି।
ରାଜସ୍ଥାନର ରାମଗଡ଼ରେ କଂଗ୍ରେସ ପ୍ରାର୍ଥୀ ଶାଫିଆ ଜୁବେର ବିଜେପି ପ୍ରାର୍ଥୀ ସୁୱାନ୍ତ ସିଂହଙ୍କୁ ୧୨,୨୨୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏହାପରେ ସରକାର ଗଠନ ପାଇଁ ରାଜସ୍ଥାନରେ କଂଗ୍ରେସ ସ୍ପଷ୍ଟ ବହୁମତ ହାସଲ କରିଛି। ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନ ପରେ ୨୦୦ ଆସନ ବିଶିଷ୍ଠ ରାଜସ୍ଥାନରେ କଂଗ୍ରେସ ୯୯ଟି ଆସନରେ ଜିତିଥିଲା। ଆଜିର ଫଳାଫଳ ପରେ ରାଜସ୍ଥାନ ବିଧାନସଭାରେ କଂଗ୍ରେସ ବିଧାୟକ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି।
ସେହିପରି ହରିଆଣାର ଜିନ୍ଦରେ ବିଜେପି ପ୍ରାର୍ଥୀ କ୍ରିଷନ୍‍ ମିଧା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜନନାୟକ ଜନତା ପାର୍ଟି ପ୍ରାର୍ଥୀ ଦିଗବିଜୟ ସିଂହ ଚୌତାଲାଙ୍କୁ ୧୨,୨୪୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories