www.samajalive.in
Tuesday, December 9, 2025
15.1 C
Bhubaneswar

ଖାଉଟି ସାମଗ୍ରୀ କେନ୍ଦ୍ରରେ ଅଘଟଣ, ନାଁ ଡାକିବା ବେଳେ ଟଳି ପଡିଲେ ଯୁବକ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ବାଉଁଶୁଣୀ ପଞ୍ଚାୟତ କାର୍ଯ୍ୟାଳୟ ଅଧୀନ ସରକାରୀ ଖାଉଟି ସାମଗ୍ରୀ ଯୋଗାଣ କେନ୍ଦ୍ରରେ ଅଘଟଣ ଘଟି ଜଣେ ପିଡିଏସ ହିତାଧିକାରୀ ଅକାଳ ମୃତ୍ୟୁର ସମ୍ମୁଖୀନ ହୋଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପଞ୍ଚାୟତ ଅଫିସ ତରଫରୁ ଗରୀବ ହିତାଧିକାରୀଙ୍କୁ ପ୍ରତି ମାସରେ ସରକାର ଯୋଗାଇ ଦେଉଥିବା ସୂଳଭ ମୂଲ୍ୟର ଖାଦ୍ୟ ସାମଗ୍ରୀ କେନ୍ଦ୍ରକୁ ଆଜି ଆଣିବାକୁ ଯାଇ ଯୁବକ ଜଣକ ହଠାତ ପଡ଼ିଯାଇ ମୃତ୍ୟୁର ସମ୍ମୁଖୀନ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଚାଉଳ ନେବାପାଇଁ ହିତାଧିକାରୀ ଯୁବକ ଜଣକର ନାଁ ପଡିବାରୁ ସେ ଯୋଗାଣ କେନ୍ଦ୍ରର ଗୋଦାମ ଗୃହକୁ ଯିବା ବେଳକୁ ହଠାତ ତଳେ ପଡ଼ି ଅଚେତ ଅବସ୍ଥା ହେବା ପରେ ଗୁରୁତର ହୋଇ ପଡିବାରୁ ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ବିନିକା ଡାକ୍ତରଖାନାକୁ ନେଇ ଥିଲେ। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଖାଦ୍ୟ ସାମଗ୍ରୀ ପାଇବାକୁ କେନ୍ଦ୍ରରେ କାର୍ଡ ଜମା ଦେଇ ଯୁବକ ଜଣକ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥିତ ସରକାରୀ ଯୋଗାଣ କେନ୍ଦ୍ରର ଗୋଦାମ ପାଖରେ ଅପେକ୍ଷା କରି ରହିଥିବା ବେଳେ ପରେ ନିଜ ନାଁ ପଡିବାରୁ ଚାଉଳ ଉଠାଣ କରିବାକୁ ଗୋଦାମ ଉପରକୁ ଉଠିବାରୁ ସେଠାରେ ସେ ହଠାତ ତଳେ ପଡ଼ି ଯିବାରୁ ଫବସି ଗ୍ରାମର ହିତାଧିକାରୀ ଯୁବକ ଜଣକ ଅକାଳ ମୃତ୍ୟୁର ସମ୍ମୁଖୀନ ହେଉଥିବା ନେଇ ବିନିକା ପୁଲିସ ସୂତ୍ରରୁ ସୂଚନା ମିଳିଛି। ମୃତ ହିତାଧିକାରୀ ଯୁବକ ଜଣକ ବାଉଁଶୁଣୀ ପଞ୍ଚାୟତ ଅନ୍ତର୍ଗତ ଫବସୀ ଗ୍ରାମର ବିକେଶ ଭୋଇ (୧୮) ବୋଲି ବିନିକା ଥାନା ତରଫରୁ ମହାଦେବପାଲି ଫାଣ୍ଡି ଅଧିକାରୀ ଅଭିମନ୍ୟୁ ରଥ ସୂଚନା ଦେଇଛନ୍ତି। ପରେ ବିନିକା ଥାନା ପକ୍ଷରୁ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବିନିକା ହସ୍ପିଟାଲ ଏବଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଘଟଣା ସମ୍ପର୍କରେ ବିନିକା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବ୍ୟାସଦେବ ବେହେରା ଓ ବ୍ଲକ ଯୋଗାଣ ବିଭାଗ ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରିବାରୁ ଦୁହେଁ ଆଦୌ ଫୋନ ଉଠାଇ ନଥିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇ ପାରିନାହିଁ। ତେବେ ପିଡିଏସ ହିତାଧିକାରୀ ମୃତ ବିକେଶ ଭୋଇ ଓ ତାଙ୍କ ପରିବାର ଅତି ଗରୀବ ହେତୁ ସରକାର ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories