www.samajalive.in
Wednesday, December 10, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ ; ବାଇକ୍‌ରେ ଆସି ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍‌

ନୂଆଦିଲ୍ଲୀ : ବାଇକ୍‌ରେ ଆସି ଚେନ୍‌ ଲୁଟ୍‌ର ଅନେକ ଘଟଣା ବାରମ୍ବାର ସାମ୍ନାକୁ ଆସିଥାଏ। ଦିନ ଦ୍ୱିପ୍ରହରରେ ମଧ୍ୟ ଚେନ୍‌ ଲୁଟ୍‌ କରି ଫେରାର୍‌ ହୋଇ ଯାନ୍ତି ଦୁର୍ବୃତ୍ତ। ଚେନ୍‌ ଠାରୁ ଆରମ୍ଭ କରି ପର୍ସ ଲୁଟ୍‌ର ଭିଡିଓ ବାରମ୍ବାର ଭାଇରାଲ୍‌ ହେଉଛି । ନିକଟରେ ସୋସିଆଲ ମିଡିଆରେ ଲୁଟ୍‌ର ଏଭଳି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି ଯାହା ହୋସ୍‌ ଉଡାଇବା ସହ ଭୟଭୀତ ମଧ୍ୟ କରୁଛି।

ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିପାରିବେ, ଗୋଟିଏ ବାଇକ୍‌ରେ ୨ ଜଣ ଜଣେ ସ୍କୁଟି ଆରୋହୀ ମହିଳାଙ୍କ ବେକରୁ ଚେନ୍‌ ଲୁଟ୍‌ କରି ଫେରାର ହୋଇଯାଉଛନ୍ତି । ଘଟଣାର ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜ୍‌ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି।

- Advertisement -

ଏହି ଭିଡିଓ ଉତ୍ତର ପ୍ରଦେଶର ହାପୁଡ୍‌ କୋତବାଲୀ କ୍ଷେତ୍ର ସ୍ଥିତ ଏକ କଲୋନୀରେ ଘଟିଛି ବୋଲି ଜଣାପଡିଛି। ଏଠାରେ ଦିନ ଦ୍ୱିପ୍ରହରରେ ବାଇ୍‌କରେ ୨ ଲୁଟେରା ଆସି ମହିଳାଙ୍କ ବେକରୁ ଚେନ୍‌ ନେଇ ଫେରାର ହୋଇ ଯାଇଥିଲେ । ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ମହିଳା ସ୍କୁଟି ଚଲାଉଛନ୍ତି, ଦୁର୍ବୃତ୍ତ ବାଇକ୍‌ରେ ଆସି ଚେନ୍‌ ନେଇ ଫେରାର ହେଉଛନ୍ତି । ମହିଳା ଜଣକ ସେହି ସମୟରେ ସ୍କୁଟିରୁ ମଧ୍ୟ ପଡି ଯାଉଛନ୍ତି । ସ୍କୁଟିରେ ତାଙ୍କ ସହ ଏକ ଶିଶୁ ଥିବା ମଧ୍ୟ ଦେଖାଯାଉଛି । ଉଭୟ ସ୍କୁଟିରୁ ପଡି ଆହତ ହେଉଛନ୍ତି। ଘଟଣା ବିଷୟରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଭିଡିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଉଛନ୍ତି।

ଦୀର୍ଘ ବର୍ଷ ପରେ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀନାରାୟଣ ରାଜଯୋଗ; ଆଜି ଠାରୁ ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, ବଢିବ ଦରମା, ରହିବନି ଚିନ୍ତା

ଏୟାରଟେଲ୍‌ର କମାଲ୍‌ ; ମାତ୍ର ୧୦୦ ଟଙ୍କାରେ ମିଳିବ ଏସବୁ ସୁବିଧା

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories