mission shakti banner

ପିପିଲି ବଜାରରୁ ବାଇକ ଚୋରୀ

nua o banner

ପିପିଲି : ପିପିଲି ହାଟଛକରୁ ଶୁକ୍ରବାର ଏକ ବାଇକ୍‍ ଚୋରୀ ହୋଇଥିବା ନେଇ ପୁଲିସରେ ଅଭିଯୋଗ ହୋଇଛି । ସ୍ଥାନୀୟ ଦାଣ୍ଡମୁକୁନ୍ଦପୁର ଅନ୍ତର୍ଗତ କରଣସାହିର କାହ୍ନୁଚରଣ ସେଠୀ ନିଜର ୟାମା ଏଫଜେଡ୍‍ଆର୍‍ ବାଇକ୍‍କୁ ପୂର୍ବାହ୍ନ ୧୧ଟା ୪୫ମିନିଟ୍‍ରେ ପିପିଲି ହାଟଛକ ଠାରେ ରଖି ସାପ୍ତାହିକ ହାଟକୁ ପରିବା କିଣିବା ପାଇଁ ଯାଇଥିଲେ। ହାଟରୁ ଫେରିବା ପରେ ତାଙ୍କ ବାଇକ୍‍ଟି ରଖିବା ସ୍ଥାନରେ ନଥିବା ଦେଖି ସେ ଆଖପାଖ  ବହୁ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଶେଷରେ ତାଙ୍କ ବାଇକ୍‍କୁ କେହି ଚୋରୀ କରି ନେଇଥିବା ସଂପର୍କରେ ସେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

Comments are closed.