www.samajalive.in
Tuesday, December 9, 2025
15.1 C
Bhubaneswar

ବିଜୁ ପଟ୍ଟନାୟକ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କଟକର ରାଇଜିଂ ସ୍ପୋର୍ଟିଂ ଚମ୍ପିୟନ୍‍

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ ଶଙ୍କରପୁର ଠାରେ ରାଜ୍ୟ ସ୍ଥରୀୟ ବିଜୁ ପଟ୍ଟନାୟକ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‍ଯାପିତ ହୋଇ ଯାଇଛି। ଗତ ରବିବାର ଠାରୁ ଆରମ୍ଭ ହୋଇ ଦୀର୍ଘ ଏକ ସପ୍ତାହ ଧରି ଚାଲିଥିବା ଏହି ଟୁର୍ଣ୍ଣମେଣ୍ଟର ଫଇନାଲ ମ୍ୟାଚ କଟକର ରାଇଜିଂ ସ୍ପୋର୍ଟିଂ ଓ ପୁରୀର ପାୟୋନିୟର ସ୍ପୋର୍ଟିଂ ମଧ୍ୟର ଅନୁଷ୍ଠିତ ହୋଇଥିଲା। ପାୟୋନିୟର ୨୯.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୭୦ ରନ୍‍ କରିଥିବାବେଳେ ରାଇଜିଂ ସ୍ପୋର୍ଟିଂ ୨୫.୩ବଲ୍‍ରେ ୫ ଉଇକେଟ ହରାଇ ବିଜୟ ପାଇଁ ଧାର୍ଯ୍ୟ ୧୭୧ ରନ୍‍ ସଂଗ୍ରହକରି ଚମ୍ପିୟନ୍‍ ହୋଇଥିଲା।ରାଇଜିଂର ସିଦ୍ଧାନ୍ତ ସିନ୍ନା ମ୍ୟାନ୍‍ ଅଫ ଦ ମ୍ୟାଚ୍‍, ମ୍ୟାନ୍‍ ଅଫ ସିରିଜ ରାଜେଶ ବେହେରା ଓ ବେଷ୍ଟ ବୋଲର ଭାବେ ପାୟୋନିୟରର ଅୟସକାନ୍ତ ମହାନ୍ତି ମନୋନୀତ ହୋଇଥିଲେ। ଏହି ଅବସରରେ ଆୟୋଜିତ ଉଦ୍‍ଯାପନୀ ଉତ୍ସବରେ ଟାଙ୍ଗୀ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା, ବ୍ଲକ୍‍ ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ, ଓରିକ୍ଲିନ୍‍ ଏମ୍‍ଡି ବି.ସି.ମହାନ୍ତି, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ସେକ୍‍ ସାହାଜାନ୍‍, ସ୍ଥାନୀୟ ସରପଞ୍ଚ ସୁକାନ୍ତ ରାଉତ, ସମିତି ସଭ୍ୟା ବିଣାପାଣୀ ହାତୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରାଇଜିଂକୁ ଚମ୍ପିୟନ୍‍ ଟ୍ରଫି ଓ ନଗଦ ୨୫ହଜାର ଟଙ୍କା ଏବଂ ପାୟାନିୟରକୁ ରନର୍ସ କପ୍‍ ସହିତ ନଗଦ ୨୦ହଜାର ଟଙ୍କାର ଅର୍ଥରାଶୀ ପ୍ରଦାନ କରିଥିଲେ।ଆଜିର ଖେଳକୁ ଜାଫର ଅଲ୍ଲି ସାହା ଓ ମହମ୍ମଦ ଅସରଫ ପରିଚାଳନା କରିଥିଲେ।ସୁନୀଲ ରାଉତ, ରଞ୍ଜନ ପରିଡ଼ା, ଜିତେନ୍ଦ୍ର କୁମାର, ଅଭିରାମ ଲେଙ୍କ.ସଦାନନ୍ଦ ରାଉତ, ରମେଶ ସାହୁ,କାହ୍ନୁ ଓଝା,ପ୍ଲାବନ ରାଉତ, ପ୍ରଶାନ୍ତ ହାତୀ,ରମେଶ ହାତୀ.ପ୍ରମୋଦ ସାହୁ, ବୈଦନାଥ ବେହେରାଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories