ବିଜୁ ପକ୍କାଘର ଯୋଜନାରେ ସହାୟତା ଅର୍ଥରେ ଗୃହ ମରାମତି ସଂପର୍କରେ ସଚେତନତା

ବାଙ୍କୀ : ବିଜୁ ପକ୍କାଘର ଯୋଜନାରେ ଗରୀବ ହିତାଧିକାରୀଙ୍କୁ ପୁରୁଣା ଘରର ମରାମତି ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ସରକାର ୩୦୦୦ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି । ବାଙ୍କୀ ଓ ଡମପଡା ବ୍ଲକ ପରିସର ସହିତ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜନସାଧାରଣ ଓ ହିତାଧିକାରୀ ଉପସ୍ଥିତ ରହି ଆଭିମୁଖ୍ୟ ସମ୍ପର୍କରେ ଅବଗତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ବାଙ୍କୀ ସୁବର୍ଣ୍ଣପୁର ପଞ୍ଚାୟତ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ସରପଞ୍ଚ ତରୁଣ କୁମାର ମହାପାତ୍ର, ଜି.ଆର.ଏସ ଏବଂ ଅଙ୍ଗନଓାଡି କର୍ମୀଙ୍କ ସମେତ ବହୁ ହିତାଧିକାରୀ ଉପସ୍ଥିତ ଥିଲେ । ଏହି ଅର୍ଥକୁ ଘର ମରାମତି ପାଇଁ ହିଁ ବ୍ୟୟ କରିବାକୁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଛନ୍ତି।

ବ୍ଲକ ପ୍ରଶାସନର ସୂଚନା କ୍ରମରେ ଶୁକ୍ରବାର ଦିନ ନଗଦ ସୁବିଧା ହସ୍ତନ୍ତର (ଡିବିଟି) ପ୍ରଣାଳୀରେ ପ୍ରଥମ ପର୍ଯୟାୟରେ ବାଙ୍କୀ ବ୍ଲକର ସମସ୍ତ ୨୦ଗୋଟି ପଞ୍ଚାୟତର ୩୩୧୩ଜଣ ଏବଂ ଡମପଡା ବ୍ଲକର ସମସ୍ତ ୧୭ଗୋଟି ପଞ୍ଚାୟତର ୨୧୫୭ଜଣ କରି ମୋଟ ୫୪୫୦ଜଣ ହିତାଧିକାରୀଙ୍କ ଜମାଖାତାକୁ ପ୍ରତିହିତାଧିକାରୀ ପିଛା ୩୦୦୦ଟଙ୍କା ପଠାଯାଇଥିବା ଜଣାପଡିଛି ।

Comments are closed.