www.samajalive.in
Sunday, December 7, 2025
26.1 C
Bhubaneswar

ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିପାତ, ନାଁରେ ଥିଲା ୧୦ ଲକ୍ଷର ପୁରସ୍କାର

ବିଜାପୁର: ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଛି କୁଖ୍ୟାତ ମାଓବାଦୀ। ଛତିଶଗଡ଼ର ବିଜାପୁର ନେସନାଲ ପାର୍କ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ କୁଖ୍ୟାତ ମାଓବାଦୀ ସୋଢି କନ୍ନା ନିହତ ହୋଇଛି। ଶନିବାର ହୋଇଥିବା ଏହି ଏନକାଉଣ୍ଟରରେ ନିହତ ସୋଢି କନ୍ନା ମାଓବାଦୀଙ୍କ ସାମରିକ କମ୍ପାନୀର ଜଣେ ସ୍ନାଇପର ବୋଲି କୁହାଯାଉଛି। ତା’ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ନିହତ ମାଓବାଦୀ ସୋଢି କନ୍ନା ଜଗରଗୁଣ୍ଡା ଥାନା ଅଞ୍ଚଳର କିଷ୍ଟାରମ ବାସିନ୍ଦା ବୋଲି ଜଣାପଡ଼ିଛି। ତା’ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏହି ଏନକାଉଣ୍ଟର ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। କାରଣ ସୋଢି କନ୍ନାଙ୍କ ବହୁ ଦିନ ଧରି ଅନେକ ମାଓ କାର୍ଯ୍ୟକଳାପରେ ସକ୍ରିୟ ଥିଲା ଏବଂ ସୁରକ୍ଷା ବାହିନୀର ହିଟ୍ ଲିଷ୍ଟରେ ସାମିଲ ଥିଲା।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories