www.samajalive.in
Sunday, December 7, 2025
26.1 C
Bhubaneswar

ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ପରେ ପଞ୍ଜାବରେ ବଡ଼ ସର୍ଚ୍ଚ ଅପରେଶନ, ୪ ହଜାର ଯବାନ ସାମିଲ

ପଠାନକୋଟ: ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ରାଜ୍ୟରେ ପୁଲିସ ଏବଂ ଯବାନଙ୍କ ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି। ଏଥିରେ ୪ ହଜାର ଯବାନ ସାମିଲ ହୋଇଛନ୍ତି। ଯବାନମାନେ ପଠାନକୋଟ, ଗୁରଦାସପୁର ଏବଂ ବଟାଲା ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଏହି ୩ଟି ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରିବା ଲାଗି​‌ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ପଠାନକୋଟରେ ଏସପି ପାହ୍ୟାର ୪୫ ଅଧିକାରୀ, ଗୁରଦାସପୁରରେ ୩୩ ଏବଂ ବଟାଲାରେ ୨୨ ଏସପି ପାହ୍ୟାର ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ଏମାନଙ୍କ ବ୍ୟତୀତ ବଟାଲାରେ ୫୦, ଗୁରଦାସପୁରରେ ୯୨ ଏବଂ ପଠାନକୋଟରେ ୧୩୦ ଡିଏସପି ପାହ୍ୟାର ଅଧିକାରୀ ମୁତୟନ ହୋଇଛନ୍ତି। ସୀମାନ୍ତ ଜିଲାଗୁଡ଼ିକରେ ପ୍ରଶାସନ ପକ୍ଷରୁ ଡ୍ରୋନ ଉଡ଼ାଣ ଏବଂ ସର୍ବସାଧାରଣ ସ୍ଥାନରେ ଅସ୍ତ୍ରଶସ୍ତ୍ର ଧରି ଯାତାୟାତ କରିବା ଉପରେ କଟକଣା ଲାଗୁ କରାଯାଇଛି। ସମସ୍ତ ଘର ମାଲିକମାନଙ୍କୁ ନିଜର ଭଡ଼ାଟିଆଙ୍କ ସମ୍ପୂର୍ଣ୍ଣ ବିବରଣୀ ଥାନାରେ ଦାଖଲ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, କିଛିଦିନ ଧରି ପଞ୍ଜାବର ସୀମାନ୍ତ ଗ୍ରାମଗୁଡ଼ିକ ଉପରେ ବାରମ୍ବାର ପାକିସ୍ତାନୀ ଡ୍ରୋନ ଉଡ଼ିବା ଏବଂ ଡ୍ରୋନ ମାଧ୍ୟମରେ ପଞ୍ଜାବ ସୀମା ଭିତରେ ଅସ୍ତ୍ରଶସ୍ତ୍ର ପକାଯିବା ଘଟଣା ନଜରକୁ ଆସିବା ପରଠାରୁ ପୁଲିସ ଏବଂ ଯବାନମାନେ ସତର୍କ ହୋଇପଡ଼ିଛନ୍ତି। ପାକିସ୍ତାନୀ ଆତଙ୍କବାଦୀଙ୍କ ପକ୍ଷରୁ କୌଣସି ଆକ୍ରମଣ ପାଇଁ ଯୋଜନା କରାଯାଉଥିବା ନେଇ ମଧ୍ୟ ଗୁଇନ୍ଦା ସୂଚନା ମିଳିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories