୪ ମହଲାରୁ ପଡ଼ି ଯୁବତୀ ମୃତ

0

ଭୁବନେଶ୍ୱର : ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟର ୪ମହଲାରୁ ପଡି ଜଣେ ଯୁବତୀଙ୍କ ରବିବାର ମଧ୍ୟାହ୍ନରେ ମୃତ୍ୟୁ ଘଟିଛି। ମୃତକ ହେଲେ ତ୍ରିଲୋଚନ ପାଶାଙ୍କ ଝିଅ ଚିନ୍ମୟୀ ବିଶ୍ବ ଭାରତୀ(୩୧)। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରିଛି।
ପୁଲିସ ସୂଚନା ଅନୁସାରେ ନୟାଗଡ ଜିଲା ଫତେଗଡ ଥାନା ଅଧୀନ ଖଣ୍ଡପଡା ଗ୍ରାମର ଅବସରପ୍ରାପ୍ତ କର୍ମଚାରୀ ତ୍ରିଲୋଚନ ପାଶା ଉକ୍ତ ଆପାର୍ଟମେଣ୍ଟରେ ଭଡାରେ ରୁହନ୍ତି। ଶ୍ରୀ ପାଶାଙ୍କ ଏକାମାତ୍ର ଝିଅ ଚିନ୍ମୟୀ ଏକୁଟିଆ ଘରେ ରହିଥିଲେ। ବାପ ପୁଅ କୌଣସି କାମରେ ବାହାରକୁ ଯାଇଥିଲେ। ଚିନ୍ମୟୀ ୨୦୦୭ ମସିହାରୁ ମାନସିକ ବିକୃତଥିଲେ। ତାଙ୍କୁ ପରିବାର ପକ୍ଷରୁ ଚିକିତ୍ସା କରାଯାଉଥିଲା। ଗତକାଲି ରାତ୍ରିରେ ଚିନ୍ମୟୀଙ୍କୁ ନିଦ ହୋଇନଥିଲା। ମଧ୍ୟାହ୍ନ ୧୨ଟାରେ ଚିନ୍ମୟୀ ଏକୁଟିଆ ଥିବା ବେଳେ ବାଲକୋନୀକୁ ଆସିଥିଲେ। ଅସାବଧାନତାବଶତଃ ଭାରସାମ୍ୟ ହରାଇ ତଳକୁ ଖସିପଡି ଗୁରୁତର ହୋଇପଡିଥିଲେ। ତାଙ୍କର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲକୁ ନେଇ ଯାଇଥିଲେ। ହସପିଟାଲରେ ପହଞ୍ଚିବା ପୂର୍ବରୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ହସପିଟାଲରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Leave A Reply