www.samajalive.in
Sunday, December 7, 2025
14.1 C
Bhubaneswar

ଗଡ଼ୁଛି ଦିନ, ଖୋଲୁଛି ଗୁମର; ମାୟାଜାଲରେ ୧୮ଜଣ ବିଧାୟକ !

ଭୁବନେଶ୍ୱର: ଗଡ଼ୁଛି ଦିନ, ଖୋଲୁଛି ଗୁମର । ସାମ୍ନାକୁ ଆସୁଛନ୍ତି ଜଣେ ପରେ ଜଣେ ନେତା  । ଶାସକ ଦଳର ଏକାଧିକ ନେତା ନାଗ ଫାଶରେ ଫସିଥିବା ବେଳେ, ବିରୋଧୀ ବିଜେପି ବି ବାଦ୍‌ ପଡ଼ିନାହିଁ । ବିରୋଧୀର କିଛି ତୁଙ୍ଗ ନେତା ମ୍ୟାଡାମ୍‌ ଅର୍ଚ୍ଚନାଙ୍କ ସହ ଫଟୋ ପୋଜ୍‌ ମଧ୍ୟ ନେଇଛନ୍ତି । ସୁନ୍ଦରୀ ଅର୍ଚ୍ଚନାଙ୍କ ସହ ସୁନ୍ଦର ଘରେ ଲଞ୍ଚ ଆଉ ଡିନର ମଧ୍ୟ କରିଛନ୍ତି । ଯାହାର ଫଟୋ ବେଶ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଖାଲି ସେତିକି ନୁହେଁ, ଦିନ ଯେତିକି ଗଡ଼ୁଛି କାହାଣୀରେ ସେତିକି ଟ୍ୱିଷ୍ଟ ଆସୁଛି । ପୂର୍ବରୁ ୬୪ଜଣଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ଅର୍ଚ୍ଚନାଙ୍କ ଇ-ମେଲରେ ଥିବା ଜଣାପଡ଼ିଥିବା ବେଳେ, ଏଯାଏ ସେମାନେ କିଏ ଜଣାପଡ଼ିନାହିଁ । ଆଉ ଏହାରି ଭିତରେ ପୁଣି ସାମନାକୁ ଆସିଲାଣି ଆଉ ଏକ ବିରାଟ ତଥ୍ୟ । କୁହାଗଲାଣି ୧୮ ଜଣ ବିଧାୟକ ବନ୍ଦୀ ହୋଇଛନ୍ତି ଅର୍ଚ୍ଚନାଙ୍କ ହିଡେନ୍‌ କ୍ୟାମେରାରେ । ଆଉ ୩ଜଣ ମନ୍ତ୍ରୀ ମଧ୍ୟ ନାଗ ଫାସରେ ଫସିଥିବା କୁହାଗଲାଣି ।

- Advertisement -

ଯାହାକୁ ନେଇ ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି । ଅର୍ଚ୍ଚନାକୁ ନେଇ ରାଜ୍ୟରେ ଏତେ ଚର୍ଚ୍ଚା ପରେ ବି କାହିଁ କି ମୁହଁ ଖୋଲୁନି ପୁଲିସ ? ଅର୍ଚ୍ଚନା ରଖିଥିବା ପ୍ରମାଣକୁ କାହିଁକି ପୁଲିସ ଆଣୁନି ସାମନାକୁ ? ପେନଡ୍ରାଇଭ୍‌ ଓ ସିସିଟିଭିରୁ ନଷ୍ଟ କରାଯାଉନିତ ପ୍ରମାଣ ? ନା ବିଧାୟକ ମନ୍ତ୍ରୀଙ୍କ ଦୁର୍ବଳତାକୁ ଲୁଚାଇବାକୁ ଚାଲିଛି ଚେଷ୍ଟା ? ଗତ କିଛି ଦିନ ଭିତରେ ରାଜଧାନୀ ଭୁବନେଶ୍ୱରରେ ଘଟିଲାଣି ମାଳ ମାଳ ମାମଲା । ହେଲେ ପୁଲିସ କୌଣସି ମାମଲା ଉପରୁ ପରଦା ହଟାଇନାହିଁ ।

ରୁଚିକା, ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ, ବିଜେଡି ନେତା ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା ଉପରୁ ଏଯାଏଁ ହଟିନି ପରଦା । ଏତିକି ବେଳେ ଅର୍ଚ୍ଚନାଙ୍କ ଏହି କାଣ୍ଡ ପୁଲିସର ମୁଣ୍ଡ ବିନ୍ଧାଇଛି । ବିଧାୟକ ଓ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ପୁଲିସ ଚେଷ୍ଟା କରୁଥିବା ସାଧାରଣରେ କୁହାଯାଉଛି ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories