ଡେସ୍କ: ଭୁବନେଶ୍ୱରରେ ଆଜି ଅପରାହ୍ନ ୩ଟାରୁ ଭସାଣ ଅନୁଷ୍ଠିତ ହେବ। ଏଥିଲାଗି କମିସନରେଟ ପୁଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ରାତି ୧ଟା କିମ୍ବା ଭସାଣ ଶେଷ ହେବା ପର୍ଯ୍ୟନ୍ତ ଯାନବାହନ କଟକଣା ବଳବତ୍ତର ରହିବ।
ସୂଚନା ଅନୁଯାୟୀ, ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୂପାଲି ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ ଓ ସେହି ସମୟରେ ବାଣୀବିହାର ପଟୁ ସବୁ ଯାନବାହନ ଆଚାର୍ଯ୍ୟବିହାର ମଧ୍ୟ ଦେଇ ଯିବ। ସେହିପରି ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି କେବଳ ଏକାମ୍ର ପାର୍କ ମଧ୍ୟ ଦେଇ ଯିବାଆସିବା କରିବ। ଜନପଥ ଦେଇ ଯିବାକୁ ଥିବା ଗାଡ଼ିଗୁଡ଼ିକ ସଚିବାଳୟ ରାସ୍ତା ଦେଇ ଯାତାୟାତ କରିବ। ଅନ୍ୟପକ୍ଷରେ ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ପଟୁ ନାଲକୋ ଛକକୁ ଯିବା ଉପରେ କଟକଣା ରହିବ ତେଣୁ ସେହି ସମୟରେ ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡକୁ ଯାଇହେବ। ଖୋର୍ଦ୍ଧା ପଟୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ସହର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ତେଣୁ ସେଠାରୁ ଭାରୀଯାନ ଗୁଡିକ ଓଭର ବ୍ରିଜ୍ରେ ଯାତାୟାତ କରିବ। ଏହି କଟକଣା ଅବମାନନା କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି।



