www.samajalive.in
Sunday, December 7, 2025
26.1 C
Bhubaneswar

ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ରର ଓଜନ ୫୦ ଟନ୍‌

ମହାକାଶରେ ନିଜସ୍ବ ଅନ୍ତରୀକ୍ଷ କେନ୍ଦ୍ର ସ୍ଥାପନ କରିବାକୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପ୍ରସ୍ତୁତି ଚଳାଇଥିବାବେଳେ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ୍‌। ଏହାର ନାମ ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ରଖାଯାଇଥିବାବେଳେ ଏହାର ଓଜନ ୫୦ ଟନ୍‌ ହେବ ବୋଲି ନାରାୟଣନ୍‌ କହିଛନ୍ତି। ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ମହକାଶରେ ସ୍ଥାପିତ ହେବା ପରେ ଭାରତ ଏକ ଅଭୂତପୂର୍ବ ସଫଳତା ହାସଲ କରିବ ବୋଲି ସେ ଦର୍ଶାଇଛନ୍ତି। ରାମ ମୋହନ ମିଶନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ନାରାୟଣନ୍‌ କହିଥିଲେ ବର୍ତ୍ତମାନ ସମୟରେ ଭାରତର ବହୁସଂଖ୍ୟକ ଉପଗ୍ରହ ମହାକାଶରେ ରହିଛନ୍ତି। ସେହି ସବୁ ଉପଗ୍ରହ ପାଣିପାଗ ସମ୍ବନ୍ଧୀୟ ସୂଚନା, ଶିକ୍ଷା, ଯୋଗାଯୋଗ, ସୁରକ୍ଷା ଆଦି କ୍ଷେତ୍ରରେ ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଖୁବ୍‌ଶୀଘ୍ର ଇସ୍ରୋ ତରଫରୁ ଗଗନଯାନ ପ୍ରେରଣ କରାଯବ ବୋଲି ସେ ସୂଚନା ଦେଇଥିଲେ। ଏଥିସହ ଇସ୍ରୋ ତରଫରୁ ଚନ୍ଦ୍ରଯାନ-୪ ଓ ଚନ୍ଦ୍ରଯାନ-୫ ଉପରେ କାମ ଚାଲିଥିବା ନାରାୟଣନ୍‌ ଦର୍ଶାଇଥିଲେ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତକୁ ବିଶ୍ବର ଅନ୍ୟତମ ପ୍ରମୁଖ ରାଷ୍ଟ୍ର ଭାବେ ପରିଚୟ ପ୍ରଦାନ ପାଇଁ ଇସ୍ରୋ ତରଫରୁ ଉଦ୍ୟମ ଜାରି ରହିଥିବା ସେ କହିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories