www.samajalive.in
Sunday, December 7, 2025
26.1 C
Bhubaneswar

୫୧ ବର୍ଷରେ ୭୫ ସମ୍ମାନ

ନୂଆଦିଲ୍ଲୀ: ସମ୍ମାନର ଶିଖରରେ ଥିଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ବହୁତ କମ୍‍ ବୟସରୁ ନିଜର ସଂଗୀତ କ୍ୟାରିୟର ଅରମ୍ଭ କରିଥିବା ବେଳେ, ତାଙ୍କୁ ମିଳିଥିଲା ଅନେକ ସମ୍ମାନ । ୫୧ ବର୍ଷ ବୟସରେ ଲତା ମଙ୍ଗେସକର ୭୫ରୁ ଅଧିକ ପୁରସ୍କାର ପାଇଥିଲେ । କେବଳ ଭାରତ ସରକାରଙ୍କ ଠାରୁ ୫ଟି ପୁରସ୍କାର ଗ୍ରହଣ କରିଥିବା ବେଳେ ବହୁ ବଡ଼ ବଡ଼ ପୁରସ୍କାର ହାତେଇଥିଲେ ଲତା । ୩ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ୧୯୬୯ରେ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ୧୯୮୯ରେ ଦାଦା ସାହେବ ଫାଲକେ ପୁରସ୍କାର ତାଙ୍କୁ ମିଳିଥଲା । ୧୯୯୯ରେ ପଦ୍ମ ବିଭୂଷଣ ପୁରସ୍କର ମିଳିଥିବା ବେଳେ, ୨୦୦୧ରେ ଭାରତ ରତ୍ନରେ ସମ୍ମାନିତ ହୋଇଥିଲେ ।

ଖାଲି ସେତିକି ନୁହେଁ ୨୦୦୮ରେ ଲାଇଫ ଟାଇମ୍‍ ଆଚିଫମେଣ୍ଟ ଆୱାର୍ଡ ମଧ୍ୟ ପାଇଥିଲେ । ଆଙ୍କର କୋକିଳକଣ୍ଠ ପାଇଁ ବେଷ୍ଟ ଫିମେଲ ପ୍ଲେ ବ୍ୟାକ୍‍ ସିଙ୍ଗର ଆୱାର୍ଡ ମଧ୍ୟ ହାତେଇଥିଲେ ଲତା । ଲତାଙ୍କ ଜୀବନ ଥିଲା ବହୁ ସଂଘର୍ଷ ମୟ, ହେଲେ ସବୁଥିରେ ସଫଳତାର ସ୍ୱାଦ ଚୁଖିଚାଲିଥିଲେ କୋକିଳ କଣ୍ଠୀ । ଲତା ୭ ଥର ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories