ଭୈରବ ବାଲି ଯାତ୍ରା, କଣ୍ଟା ଦୋଳିରେ ଝୁଲନ୍ତି ପୂଜକ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ମହକୁମାରେ  ଭୈରବ ବାଲି ଯାତ୍ରା ବା ନିଆଁ ମଡ଼ା ଯାତ୍ରା ଆଡମ୍ବରରେ ପାଳିତ ହୋଇଛି । ଚଳିତ ମାସ ୧୮ ନୂଆ ଖାଇବା ଦିନ ପୂଜକ ରାଉତ ଗାଣ୍ଟା, ରହିଦାସ ଓ ରାଜୀବ ଖଣ୍ଡାରିଆ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ନଦୀରୁ ବାଲି ଆଣି ଭୈରବ ମନ୍ଦିରରେ ସ୍ଥାପନ କରି ସେଥିରେ ପାଞ୍ଚ ଶସ୍ୟ ବୁଣୀ ଥାନ୍ତି । ଏହା ସାତ ଦିନ ପରେ ପୂର୍ବ ପୁରୁଷରୁ ଚଳି ଆସୁଥିବା ପ୍ରଥା ଅନୁଯାୟୀ ଜାନିସାହିର ସିଙ୍ଗି କୁର୍ସିକା ଓ ଅର୍ଜୁନ କୁର୍ସିକାଙ୍କ ଘରୁ ଛତ୍ର ଆଣି ଗ୍ରାମ ପରିକ୍ରମା କରିବା ପରେ ଯାତ୍ରା ପଡ଼ିଆରେ ସ୍ଥାପନ କରିଥାନ୍ତି । ଶନିବାର ଦିନ ବା ଗତ କାଲି  ଦୂରଦୁରାନ୍ତରୁ ଲୋକ ମାନେ ଆସି ନିଜ ନିଜ ମାନସିକ କରିଥିଲେ ।
ଯେଉଁ ଭକ୍ତ ଙ୍କ ମାନସିକ ପୂରଣ ହୋଇଛି ସେହି ମାନେ ଯାତ୍ରା ଦିନ ଆସି ବଳି ଦେଇଥାନ୍ତି ।ଆଜି ଶେଷ ଦିନରେ ନାୟକ ସାହିର ସନ୍ତୋଷ ନାୟକ ଓ ସାନ ନାୟକ ଘରୁ କଣ୍ଟା ଦୋଳିକୁ ପୂଜା କରିବା ପରେ ତାହାକୁ ଆଣି ଯାତ୍ରା ପଡ଼ିଆରେ ସ୍ଥାପନ କରିଥାନ୍ତି ।ଏହାପରେ ନିୟମ ଅନୁଯାୟୀ କାମୀ ମୁଣ୍ଡା ଆସି ମନ୍ଦିର ସମ୍ମୁଖରେ ପୋତିବା ପରେ ଯାତ୍ରା ଆରମ୍ଭ ହୋଇଥାଏ । ପୂଜକକୁ କାଳସି ଲାଗି ହେବା ପରେ ଭକ୍ତ ମାନେ ଚାଉଳ ଦେଖାଇ ତାଙ୍କର ସମସ୍ୟା ବୁଝି ବା ପରେ କଣ୍ଟା ଦୋଳିରେ ଝୁଲନ୍ତି ଓ ନିଆଁ ମାଡିବା ପରେ ଯାତ୍ରା ଶେଷ ହୋଇଥାଏ ।
ଏହି ଯାତ୍ରା ରେ ବିଭିନ୍ନ ଦୋକାନ ବଜାର ବସିଥାଏ ।ଏହି ଯାତ୍ରା ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଭକ୍ତ ମାନେ ଆସି ଥାଆନ୍ତି ।ଶିକରପାଇ ଆମ୍ବେଦକର ଯୁବ ଗୋଷ୍ଠି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଛନ୍ତି ।ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ଓ ଅଗ୍ନିସମ ବିଭାଗ ସଜାଗ ରହିଥିଲେ ।

Comments are closed.