ଡେସ୍କ: ଭଦ୍ରକ ଆଗରପଡ଼ା ଅରଞ୍ଜି ଛକ ନିକଟରେ ୧୦୨ ଆମ୍ବଲାନ୍ସ ଓ ଯାତ୍ରୀବାହୀ ବସ୍ କ୍ରୀଷ୍ଣା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଆଗରପଡ଼ା ନିକଟସ୍ଥ ଅରଞ୍ଜି ଛକ ନିକଟରେ କ୍ରୀଷ୍ଣା ନାମକ ଯାତ୍ରୀବାହୀ ବସ ଓ ଜଣେ ଗର୍ଭବତୀକୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼ ବିଲ ମଧ୍ୟକୁ ଓଲଟି ପଡିଥିଲା। ଆସନ୍ତାକାଲି ଠାରୁ ବସ ଧର୍ମଘଟ ପାଇଁ ଡାକରା ଦିଆଯାଇଥିବାରୁ ବସରେ ଭରପୁର ଯାତ୍ରୀ ଥିଲେ।
ସେହି ସମୟରେ ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ଆଗେଇ ଆସିଥିଲେ। ଏହି ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଥିବା ବେଳେ ୧୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ଭଦ୍ରକ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଆମ୍ବୁଲାନ୍ସ ଚାଳକଙ୍କ ଅବସ୍ଥା ଅତି ଗୁରୁତର ଥିବା ସୂଚନା ମିଳିଛି।



