www.samajalive.in
Tuesday, December 9, 2025
15.1 C
Bhubaneswar

ଦାନା ବାନ୍ଧୁଛି ବାତ୍ୟା ‘ଦାନା’ ମୁକାବିଲା ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ଭଦ୍ରକ : ଦାନା ବାନ୍ଧୁଛି ବାତ୍ୟା ‘ଦାନା’। ଏହାର ରୂପରେଖ କ’ଣ ହେବ, କେଉଁଠି ସ୍ଥଳଭାଗ ଛୁଇଁବ ସେଥିନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ତେବେ ଯେକୌଣସି ପରିସ୍ଥିତିର ମୁକାବିଲା ଜିଲା ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଛି। ସୋମବାର ଜିଲାପାଳ ଜିଲାର ବରିଷ୍ଠ ଅଧିକାରୀମାନଙ୍କ ସହ ଏକାଧିକ ବୈଠକ ସାରିଥିବା ବେଳେ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ (ଭିଡିଓ କନଫେରନ୍ସିଂ)ରେ ସାମିଲ ହୋଇଥିଲେ। ପରେ ସନ୍ଧ୍ୟାରେ ଗଣମାଧ୍ୟମକୁ ସମ୍ବୋଧିତ କରି ଜିଲାପାଳ ଦିଲୀପ ରାଉତରାୟ କହିଥିଲେ ଯେ: ପ୍ରାକୃତିକ ବିପର୍ଯ୍ୟୟରେ କାହାରି ଜୀବନ ହାରିବାକୁ ଦିଆଯିବନି (ଜିରୋ କାଜୁଆଲିଟି) ଏଥିପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏଥିନେଇ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କ ସହ ଆଲୋଚନା ସାରିଛନ୍ତି।

ଭଦ୍ରକ ଜିଲାପ୍ରଶାସନ ମଧ୍ୟ ଅନୁରୂପ ଆଗୁଆ ପଦକ୍ଷେପ ନେଇଛି। ଜିଲାର ସମସ୍ତ ୧୦୫ଟି ବାତ୍ୟା/ବନ୍ୟା ଆଶ୍ରୟସ୍ଥଳକୁ ସୁବ୍ୟବସ୍ଥିତ କରାଯାଇଛି। ସେଠାରେ ପାଣି, ଜେନେରେଟେର ଠାରୁ ଆରମ୍ଭ କରି ଯାନ୍ତ୍ରିକ ସରଞ୍ଜାମ ରଖାଯାଇଛି। ଏହାବାଦ୍‌‌ ବିଭିନ୍ନ ବିଦ୍ୟାଳୟ ଗୃହକୁ ମଧ୍ୟ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଇପାରିବ। ସର୍ବାଧିକ ପ୍ରବାଭିତ ହେବାର ଆଶଙ୍କା ଥିବା ଅଞ୍ଚଳକୁ ଚିହ୍ନଟ କରାଯାଇଛି। ଆବଶ୍ୟକ ପଡ଼ିଲେ ସେହି ଅଞ୍ଚଳରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଲାଗି ବ୍ୟବସ୍ଥା ହୋଇଛି।

- Advertisement -

ପର୍ଯ୍ୟାପ୍ତ ପରିମାଣରେ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି। ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କୁ ଆଗୁଆ ମେଡିକାଲରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ବିଡିଓ, ତହସିଲଦାରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟବିଭାଗ ଯାଏ ସମସ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବାତ୍ୟାକୁ ନେଇ ଜିଲାବାସୀ ଆଦୌ ଆତଙ୍କିତ ନହୋଇ ପ୍ରଶାସନକୁ ସହଯୋଗ କରିବାକୁ ଜିଲାପାଳ ଶ୍ରୀ ରାଉତରାୟ ନିବେଦନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories