www.samajalive.in
Sunday, December 7, 2025
26.1 C
Bhubaneswar

ଗୁଗୁଲ ମାନଚିତ୍ରରେ ଗୁରୁତର ତ୍ରୁଟି, ଓଡ଼ିଶାର ପର୍ଯ୍ୟଟନସ୍ଥଳ ଆନ୍ଧ୍ରରେ

ବ୍ରହ୍ମପୁର: ଓଡ଼ିଶା ଏବଂ ଆନ୍ଧ୍ରରେ ପ୍ରଦେଶ ମଧ୍ୟରେ ଅନେକ ବର୍ଷ ହେଲା ସୀମା ବିବାଦ ଚାଲିଛି । ଓଡ଼ିଶାର ଅନେକ ସ୍ଥାନ ଉପରେ ଆନ୍ଧ୍ର ନିଜର ଅଧିକାର ସାବ୍ୟସ୍ତ କରୁଛି। ଏପରିକି ନିର୍ବାଚନ କରାଇବାକୁ ମଧ୍ୟ ପଛାଉ ନାହିଁ । ତେବେ ଏହି ବିବାଦରେ ଏବେ ନୂଆ ଫର୍ଦ ଯୋଡ଼ି ହୋଇଛି । ଗୁଗୁଲ ମାନଚିତ୍ରରେ ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି । ଏଥିରେ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ପାତି ସୁନାପୁରକୁ ଆନ୍ଧ୍ରପ୍ରଦେଶରେ ରହିଥିବା ଦର୍ଶାଯାଇଛି ।

କୌଣସି ଅଞ୍ଚଳରେ ପହଞ୍ଚିବାରେ ଗୁଗୁଲ ମାନଚିତ୍ର ଏକ ପ୍ରମୁଖ ଭୂମିକା ନେଇଥାଏ । ଏଥିରେ ପ୍ରାୟତଃ ସମସ୍ତ ଅଞ୍ଚଳ ବିଷୟରେ ଟିକିନିଖି ସୂଚନା ମିଳିଥାଏ । କିନ୍ତୁ ଗୁଗୁଲ ମାନଚିତ୍ରରେ ତ୍ରୁଟିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲାର ଚିକିଟ ବ୍ଲକ ଅନ୍ତର୍ଗତ ପାତି ସୁନାପୁର ବେଳାଭୂମିକୁ ଗୁଗୁଲ ମାନଚିତ୍ରରେ ଆନ୍ଧ୍ରପ୍ରଦେଶର ବୋଲି ଉଲ୍ଲେଖ ରହିଛି । କେବଳ ଏତିକି ନୁହଁ, ଏହି ଅଞ୍ଚଳ ଏବଂ ଆଖାପାଖ ଅଞ୍ଚଳର ନାମଗୁଡ଼ିକ ଗୁଗୁଲ ମାନଚିତ୍ରରେ ତେଲୁଗୁ ଭାଷାରେ ଲେଖାଯାଇଛି । କିଛିମାସ ପୂର୍ବେ ଏହି ସବୁ ଅଞ୍ଚଳର ନାମଗୁଡ଼ିକ ଓଡ଼ିଆରେ ଲେଖା ଯାଇଥିଲା । ସେହିଭଳି ବାହୁଦା ନଦୀ ଉପରେ ନିର୍ମିତ ବିଜୁ ପଟ୍ଟନାୟକ ସେତୁ ମଧ୍ୟ ଆନ୍ଧ୍ରପ୍ରଦେଶରେ ରହିଥିବା ନେଇ ଏହି ମାନଚିତ୍ରରେ ଦେଖିବାକୁ ମିଳୁଛି । ଆଶ୍ଚର୍ଯ୍ୟର ବିଷୟ ହେଲା ବିଜୁ ପଟ୍ଟନାୟକ ସେତୁ ଓଡ଼ିଆ ବଦଳରେ ତେଲୁଗୁ ଭାଷାରେ ଲେଖାଯାଇଛି । ସେହିଭଳି ସୁନାପୁର ବେଳାଭୂମି ପାଖରେ ଥିବା ହନୁମାନ ମନ୍ଦିର ଏବଂ ଅନ୍ୟ କେତେକ ପ୍ରମୁଖ ସ୍ଥାନ ମଧ୍ୟ ଆନ୍ଧ୍ରରେ ଥିବା ଦର୍ଶାଯାଇଛି ।

- Advertisement -

ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରହିଛି ପାତି ସୁନାପୁର ବେଳାଭୂମି । ଜିଲା ପ୍ରଶାସନ ଏହି ବେଳାଭୂମିକୁ ‘ବ୍ଲୁ ଫ୍ଳାଗ’ ମାନ୍ୟତା ଦେବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି । ରାଜ୍ୟ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ଦଳ ଏହି ବେଳାଭୂମି ପରିଦର୍ଶନ କରିଛନ୍ତି । ଏହାର ଉନ୍ନତିକରଣ ଦିଗରେ ଜିଲା ପ୍ରଶାସନ ବିଶେଷ ତତ୍ପରତା ଦେଖାଉଛି । ପର୍ଯ୍ୟଟନ ବିଭାଗ ତରଫରୁ ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି । ଏସବୁ ଭିତରେ ବର୍ତ୍ତମାନ ଗୁଗୁଲ ମାନଚିତ୍ରରେ ଏହି ତ୍ରୁଟିକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ଏନେଇ ଟୁଇଟର୍‌ରେ ବହୁ ଯୁବକ ଗୁଗୁଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବ୍ରହ୍ମପୁରର ଜଗନ ମୋହନ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ସୁନାପୁରକୁ ଆନ୍ଧ୍ରରେ ମିଶାଇ ଦିଆଯାଇଛି । ସୀମାକୁ ମଧ୍ୟ ବଦଳା ଯାଇଛି । ଏଥିରେ ସେ ଗୁଗୁଲ କମ୍ପାନିର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେହିଭଳି ଗୁରୁଦତ୍ତ ପଣ୍ଡା ଉଲ୍ଲେଖ କରିଛନ୍ତି ଯେ, ପ୍ରସିଦ୍ଧ ସୁନାପୁରକୁ ଓଡ଼ିଶାରୁ ଛଡ଼ାଇ ନେବା ପାଇଁ ଏହା ଏକ ହୀନ ଉଦ୍ୟମ । ଆମ ବେଳାଭୂମି ନେଇଯିବାକୁ ଷଡ଼ଯନ୍ତ୍ର ହୋଇଛି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଏ ସମ୍ପର୍କରେ ବ୍ରହ୍ମପୁର ଉପଜିଲାପାଳ ୱି.କୀର୍ତ୍ତିଭାସନଙ୍କ ସହ ଯୋଗାଯୋଗ କରାଯିବାରୁ ଏହି ବିଷୟରେ ଗୁଗଲ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାର ଅବଗତ କରାଇଛନ୍ତି ବୋଲି କହିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories