www.samajalive.in
Sunday, December 7, 2025
26.1 C
Bhubaneswar

ବେରୁଟ ବିସ୍ଫୋରଣ – ୧୩୫ ମୃତ, ୫ହଜାର ଆହତ

ବେରୁଟ: ଲେବାନନ ରାଜଧାନୀ ବେରୁଟର ବନ୍ଦରାଞ୍ଚଳରେ ମଙ୍ଗଳବାର ରାତିରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ୧୩୫ରୁ ଅଧିକଙ୍କ ମୃତ୍ୟୁ ଘଟିଥିବାବେଳେ ୫୪ହଜାରରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ବିସ୍ଫୋରଣ ୩.୩ ମାତ୍ରାର ଭୂକମ୍ପଠାରୁ ଅଧିକ ଥିଲା। ବେରୁଟ ସହରର ଅ​‌େ​‌ର୍ଦ୍ଧକ ଅଞ୍ଚଳ ଧ୍ବସ୍ତବିଧ୍ବସ୍ତ ହୋଇଛି। ୫ ଲକ୍ଷରୁ ଅଧିକ ଲୋକ ଗୃହଶୂନ୍ୟ ହୋଇଛନ୍ତି। ବିସ୍ଫୋରଣଜନିତ ଧୂଆଁ ପ୍ରାୟ ୨୦୦କିମି ଦୂର ପର୍ୟ୍ୟନ୍ତ ଆକାଶକୁ ଆଚ୍ଛନ୍ନ କରିଦେଇଥିଲା। ପଡ଼ୋଶୀ ସାଇପ୍ରସ ମଧ୍ୟ ଧୂମାଚ୍ଛନ୍ନ ହୋଇଯାଇଥିଲା। ସ୍ଥାନୀୟ ରାସାୟନିକ ପ୍ରସ୍ତୁତି କାରଖାନାରେ ବ୍ୟବହାର ପାଇଁ ବନ୍ଦରାଞ୍ଚଳର ଏକ ଗୋଦାମ ଘରେ ମହଜୁଦ ଥିବା ପ୍ରାୟ ୨୭୫୦ଟନ୍‌ ଆମୋନିୟମ ନାଇଟ୍ରେଟ୍‌ ବିସ୍ଫୋରକ କୌଣସି କାରଣରୁ ବିସ୍ଫୋରିତ ହୋଇଥିଲା।

ଦେଖନ୍ତୁ ଭିଡିଓ (ସୌଜନ୍ୟ – ୟୁ ଟ୍ୟୁବ):

- Advertisement -

https://www.youtube.com/watch?v=UcmxWAuMrzQ

ବେରୁଟରେ ଏବେ ଖାଦ୍ୟାଭାବର ଆଶଙ୍କା ସୃଷ୍ଟି ହୋଇଛି; ତେବେ ବିପୁଳ ଖାଦ୍ୟ ଶସ୍ୟ ମହଚୁଦ ଥିବା ସରକାରଙ୍କ ପକ୍ଷରୁ ଆଶ୍ବାସନା ଦିଆଯାଇଛି। ଏହା ସତ୍ତ୍ବେ ମହଜୁଦ ଖାଦ୍ୟ ଶସ୍ୟ ପରିମାଣ ମାସେରୁ ଅଧିକ ସମୟ ଯିବ ନାହିଁ ବୋଲି ଜଣାପଡ଼ିଛି। ବିସ୍ଫୋରଣଜନିତ କ୍ଷତିର ପରିମାଣ ପ୍ରାରମ୍ଭିକ ଭାବେ ୩୦୦କୋଟି ଡଲାର ଆକଳନ କରାଯାଇଛି। ବିସ୍ଫୋରଣରେ ବହୁ ଖାଦ୍ୟ ଶସ୍ୟ ନଷ୍ଟ ପରିମାଣ ୮୫ପ୍ରତିଶତ ହୋଇଛି। ପ୍ରଧାନମନ୍ତ୍ରୀ ହାସନ ଦିଆବ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ବନ୍ଧୁ ରାଷ୍ଟ୍ରଙ୍କଠାରୁ ସହାୟତା ମାଗିଥିବାବେଳେ ବହୁ ରାଷ୍ଟ୍ର ସହାୟତା​‌ ପ୍ରଦାନ କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories