www.samajalive.in
Sunday, December 7, 2025
26.1 C
Bhubaneswar

ପୋଖରୀରେ ଭାସୁଛି ଯୁବତୀଙ୍କ ଶବ, ସନ୍ଦେହ ଘେରରେ ମୃତ୍ୟୁ 

ବେଗୁନିଆ : ବେଗୁନିଆ ବ୍ଲକ ବାଘମାରୀ ଥାନା ଅନ୍ତର୍ଗତ ଅଟ୍ରି ଶରଧାପୁର ରାସ୍ତାରେ ଥିବା ଏକ ପୋଖରୀରେ  ଆଜି ସକାଳେ ଜଣେ ଯୁବତୀଙ୍କପଚି ଯାଇଥିବା ଶବ ଭାସୁଥିବାର ଦେଖିବାକୁ ମିଳିଥିଲା । ଲୋକମାନେ ଉକ୍ତ ପୋଖରୀକୁ ଗାଧୋଇବାକୁ ଯିବା ସମୟରେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ ।ଅଟ୍ରି ଟାଙ୍ଗିସାହିରେ ରହୁଥିବା ରମେଶ ବାରିକଙ୍କ ଝିଅ ସେବତୀ ବାରିକ(ପିଙ୍କି)(୧୯)ବେଗୁନିଆର କୌଣସି ଏକ ସ୍ଥାନରେ ଖଲି ଠୁଙ୍ଗା ତିଆରି ହେଉଥିବାବେଳେ ସେଠାରେ ସେ ନିୟମିତ ଯାଇ କାମ କରିଥାଏ । ଗତ ୭ ତାରିଖ ଦିନ ସେ ବେଗୁନିଆ ଯାଇ ଆଉ ଘରକୁ ଫେରି ନଥିଲା । ଫଳରେ ରମେଶ ଝିଅକୁ ଖୋଜା ଖୋଜି କରି ନପାଇବା ପରେ ତାର ନିଖୋଜ ସମ୍ପର୍କରେ ବାଘମାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଆଜି ସକାଳୁ ସେବତୀର ମୃତ ଦେହ ପୋଖରୀରେ ଭାସୁଥିବାର ଦେଖିବାକୁ ମିଳିଥିଲା ।ଶବଟି ପୋଖରୀରେ ମୁହଁ ତଳକୁ କରି ଭାସୁଥିବାବେଳେ ତାର ଦେହଜାକ ଫୋଟକା ହୋଇଯାଇଥିବାର ଦେଖିବାକୁ ମିଳିଥିଲା । ଜିଭଟି ପାଟି ବାହାରକୁ ବାହାରି ପଡିଥିବାବେଳେ ଫୁଲି ମୋଟା ହୋଇଯାଇଛି ।ଆଖି ଦୁଇଟି ବାହାରକୁ ବାହାରି ପଡିଛି । ମୁଣ୍ଡରୁ ବାଳ କିଛି ଉପୁଡିଯାଇଛି ।
ଏହି ସବୁ ଘଟଣାକୁ ନେଇ ଯୁବତୀଙ୍କୁ କେହି ହତ୍ୟା କରି ଆଣି ଗତ ରାତିରେ ପୋଖରୀରେ ପକାଇ ଦେଇ ଚାଲିଯାଇଥିବାର ସାଧାରଣରେ ଆଲୋଚନା ହେଉଛି। ସେହିପରି ତାଙ୍କୁ କେହି ଏସିଡ ପକାଇ ମାରିଦେବା ପରେ ଏଠାରେ ଆଣି ପକାଇ ଆତ୍ମହତ୍ୟାର ରୂପ ଦେବା ପାଇଁ ଏପରି ଚାଲ କରିଥିବାର ମଧ୍ୟ ଆଲୋଚନା ହେଉଛି । ଯୁବତୀ ଜଣଙ୍କୁ ସେହି ଗ୍ରାମର ଜଣେ ଯୁବକ ଗତ ୩ ମାସ ତଳେ ଦୁର୍ବ୍ୟବହାର କରି ଏବେ ଜେଲରେ ଥିବାର ଜଣାପଡିଛି । ଜଣେ ଯୁବତୀ ନିଖୋଜ ଦୁଇଦିନ କୋଉଠି ଥିଲା ଏବଂ ଦୁଇଦିନ ପରେ ଆସି ତାର ଘର ନିକଟ ପୋଖରୀରେ ଡୁବି ଆତ୍ମହତ୍ୟା କରିବା ଆଦୋୖ ଯୁକ୍ତିସଂଗତ ନୁହେଁ । ତେଣୁ ପୋଲିସ ହତ୍ୟା ଘଟଣାରେ ମାମଲା ରୁଜୁ କରି ଘଟଣାର ନିରପେକ୍ଷ ତଦନ୍ତ କଲେ ତାଙ୍କୁ କିଏ ହତ୍ୟା କରି ଆଣି ଏଠାରେ ପକାଇଛି ତାହା ନିଶ୍ଚୟ ଜଣାପଡିବା ସହିତ ଅଭିଯୁକ୍ତ ନିଶ୍ଚୟ ଧରାପଡିବ ବୋଲି ସ୍ଥାନୀୟ ଜନସାଧାରଣ ଆଶା ପ୍ରକଟ କରିଛନ୍ତି ।ବେଗୁନିଆ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପଚି ଯାଇଥିବା ଶବଟିକୁ ଉଦ୍ଧାର କରି ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିଲେ ।ପୋଲିସ ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories