www.samajalive.in
Monday, December 8, 2025
14.1 C
Bhubaneswar

ବ୍ୟାଙ୍କ ସମ୍ମୁଖରେ କୋଭିଡ କଟକଣା ଉଲ୍ଲଙ୍ଘନ, ୨ ହଜାର ଟଙ୍କା ଜରିମାନା କଲେ ତହସିଲଦାର

ବେଗୁନିଆ :ବେଗୁନିଆ ବ୍ଲକ ସଦର ମହକୁମାସ୍ଥିତ  ୟୁକୋ ବ୍ୟାଙ୍କ ସମ୍ମୁଖରେ ଗ୍ରାହକମାନେ କୋଭିଡ କଟକଣାକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି। ଆଜି ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଗହଳି ଭାଙ୍ଗିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ୨ ହଜାର ଟଙ୍କା ଜରିମାନା କରିଥିବାବେଳେ କୋଭିଡ-୧୯ନୀତି ନିୟମକୁ ମାନି ବ୍ୟାଙ୍କ କାର୍ଯ୍ୟ କରିବା ପାଇଁ ଶାଖା ପରିଚାଳକଙ୍କ ଠାରୁ ଏକ ଅଣ୍ଡରଟେକିଙ୍ଗ କରାଇଛନ୍ତି  l
କୋଭିଡ-୧୯ ରାଜ୍ୟରେ ଆତଙ୍କ ଖେଳାଇଥିବାବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ବ୍ୟାଙ୍କ ଗୁଡିକୁ ସକାଳ ୧୦ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେଇଛନ୍ତି। ୪ ଘଣ୍ଟା ବ୍ୟାଙ୍କ ସମୟ ନିର୍ଦ୍ଧାରଣ ହୋଇଥିବାରୁ ଗ୍ରାହକମାନେ ବ୍ୟାଙ୍କ ସମ୍ମୁଖରେ ଗହଳି କରୁଛନ୍ତି। ମୁହଁରେ ମାସ୍କ ନ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା ହେଉନଥିବାରୁ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି l ଏପରିକି ବ୍ୟାଙ୍କ ଶାଖା ପରିଚାଳକଙ୍କ ପରାମର୍ଶକୁ ବେଖାତିର କରି ଲୋକମାନେ ଗହଳି କରୁଥିବାର ଦେଖିବାକୁ ମିଳୁଛି l ବ୍ୟାଙ୍କ ତରଫରୁ ବ୍ୟାଙ୍କ ଭିତରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଗୋଲେଇ ବୁଲାଯାଇଥିବାବେଳେ ବାହାରେ ଲୋକମାନଙ୍କ ଅଯଥା ଭିଡ ଦେଖିବାକୁ ମିଳୁଛି l ଶାଖା ପରିଚାଳକ ବ୍ୟାଙ୍କ ଗେଟକୁ ତାଲା ପକାଇ ଭିତରକୁ ଜଣ ଜଣ କରି ଛାଡୁଥିବାବେଳେ ବ୍ୟାଙ୍କ ବାହାରେ ଗ୍ରାହକମାନେ ଦେହକୁ ଦେହ ଲଗା ଲଗି ହୋଇ ଠିଆ ହୋଇ ଗହଳି କରି ଗୋଷ୍ଠୀ ସଂକ୍ରମଣକୁ ଆମନ୍ତ୍ରଣ କରୁଛନ୍ତି। ପୋଲିସର ନିଷ୍କ୍ରିୟତା ଯୋଗୁଁ ସବୁସ୍ଥାନରେ ଲୋକମାନଙ୍କର ଗହଳି ବଢ଼ୁଥିବାର ଦେଖିବାକୁ ମିଳୁଛି l

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories