www.samajalive.in
Tuesday, December 9, 2025
23.1 C
Bhubaneswar

ଖାଲିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ସ୍ଥାୟୀ ଲୋକ ଅଦାଲତଙ୍କ ନିର୍ଦେଶ 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଠାରୁ ଆରମ୍ଭ କରି କର୍ମଚାରୀ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି ।ଅଭିବାବକ ମାନଙ୍କ ସହିତ ଛାତ୍ର ଛାତ୍ରୀ ମାନେ ପଦବୀ ଗୁଡିକ ପୂରଣ କରିବା ପାଇଁ ବିଭିନ୍ନ ସମୟରେ ବାରମ୍ବାର ଦାବି କରି ଆସୁଥିବାବେଳେ ପ୍ରଶାସନ ସେଥିପ୍ରତି କର୍ଣ୍ଣପାତ ନକରିବା ନିଶ୍ଚୟ ପରିତାପର ବିଷୟ ।ଏହି ବ୍ଲକ ଅନ୍ତର୍ଗତ ବାଘମାରୀ ରଘୁନାଥ ଦେବ ଉଚ୍ଚ ବିଦ୍ୟାଳୟକୁ ଉଦାହରଣ ଭାବେ ନିଆଯାଇପାରେ । ଉକ୍ତ ବିଦ୍ୟାଳୟରେ ଶ୍ରେଣୀ ଗୃହ ଠାରୁ ଆରମ୍ଭ କରି ବହୁ ଶିକ୍ଷକ ଏବଂ କର୍ମଚାରୀ ପଦବୀ ଦୀର୍ଘ ବର୍ଷ ହେବ ଖାଲି ପଡ଼ିଛି । ବିଦ୍ୟାଳୟରେ ୪୩୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରାଥମିକ ରେ ୫ ଜଣ ଏବଂ ଉଚ୍ଚ ବିଦ୍ୟାଳୟରେ ୨ ଜଣ ଶିକ୍ଷକ କାର୍ୟ୍ୟ କରୁଛନ୍ତି ।ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ,ପ୍ରଧାନ ଶିକ୍ଷକ ,ହିନ୍ଦୀ, ସଂସ୍କୃତ ,ଖେଳ ଶିକ୍ଷକ ,କିରାଣୀ ସହିତ ୨ ଟି ପିଅନ ଏବଂ ରାତ୍ରଜଗୁଆଳି ପଦବୀ ଖାଲି ପଡ଼ିଛି । ଫଳରେ ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ ବିପର୍ୟ୍ୟସ୍ତ ହୋଇପଡିବାରୁ ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା ରାଜ୍ୟପାଳ ,ମୁଖ୍ୟମନ୍ତ୍ରୀ ,ଗଣ ଶିକ୍ଷା ବିଭାଗ ଶାସନ ସଚିବ,ଜିଲ୍ଲାପାଳ , ଶିଶୁ ଅଧିକାର ସୁରକ୍ଷା କମିଶନ ,ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଅବଗତ କରି ଆସୁଥିଲେ । ଶେଷରେ ସାମାଜିକ କର୍ମୀ ଶ୍ରୀ ପଣ୍ଡା ଭୁବନେଶ୍ୱରସ୍ଥିତ ସ୍ଥାୟୀ ଲୋକ ଅଦାଲତ ଙ୍କ ନିକଟରେ ପି ଏଲ ଏ ୫୬/୨୧ନଂ କେଶ ରୁଜୁ କରି ଶରଣାପନ୍ନ ହୋଇଥିଲେ । ଅଭିଯୋଗକୁ ଗ୍ରହଣ କରି ସ୍ଥାୟୀ ଲୋକ ଅଦାଲତ ପ୍ରତିବାଦୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ।ପଦାଧିକାରୀ ମାନେ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ପରେ ଉଭୟ ପକ୍ଷଙ୍କୁ ନେଇ ଶୁଣାଣି ହୋଇଥିଲା ।ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧି କରି ସ୍ଥାୟୀ ଲୋକ ଅଦାଲତ ଖାଲି ପଡିଥିବା ଶିକ୍ଷକ ପଦବୀ ଗୁଡିକ୩ ମାସ ମଧ୍ୟରେ ପୂରଣ କରିବା ପାଇଁ ଶିକ୍ଷା ବିଭାଗ ଅନୁଶାସନ ସଚିବ ,ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚଳିତ ୧୧ ତାରିଖ ଦିନ ନିର୍ଦେଶ ଦେଇଛନ୍ତି ।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories