www.samajalive.in
Sunday, December 7, 2025
23.1 C
Bhubaneswar

ଭିକାରି ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରକୁ ଭିକାରି ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଭୁବନେଶ୍ବର ମହାନଗର ନିଗମ, ଭୁବନେଶ୍ବର-କଟକ କମିଶନରେଟ ପୁଲିସ୍‍ ଓ ୩ଟି ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଏଥିପାଇଁ ଏକ ବିରାଟ ଅଭିଯାନ ଆରମ୍ଭ ହୋଇଛି। ଭୁବନେଶ୍ୱରର ୬୧ଟି ୱାର୍ଡର ଗଳିକନ୍ଦିରୁ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିମାନଙ୍କୁ ଥଇଥାନ କରିବାକୁ ଯୋଜନା ରଖାଯାଇଛି।
ଏହି କ୍ରମରେ ଶୁକ୍ରବାର ଦିନ ଜନପଥ, ୟୁନିଟ-୧, ୟୁନିଟ-୨ ମାର୍କେଟ ଅଞ୍ଚଳରେ ଅଭିଯାନ ଚାଲିଛି। ରାଜଧାନୀର ସବୁ ଗଳି କନ୍ଦିରୁ ଭିକାରିମାନଙ୍କୁ ଉଦ୍ଧାର କରି ବିଭିନ୍ନ ଥଇଥାନ କେନ୍ଦ୍ରରେ ରଖାଯାଉଛି। ଏନେଇ ବିଏମ୍‍ସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ଭୁବନେଶ୍ୱରକୁ ଭିକାରି ମୁକ୍ତ କରିବାକୁ ଚେଷ୍ଟା ଆରମ୍ଭ ହୋଇଛି। ସେମାନଙ୍କୁ ଉଦ୍ଧାର କରି ବିଭିନ୍ନ ସରକାରୀ ପରିଚାଳିତ ଅନୁଷ୍ଠାନରେ ରଖାଯାଉଛି। ୨୦୦ ପାଖାପାଖି ଭିକାରିଙ୍କୁ ଉଦ୍ଧାର କରାଯାଇଛି। ଏହାପରେ ମଧ୍ୟ ଆହୁରି ଭିକାରି ରାସ୍ତାକୁ ଆସୁଛନ୍ତି। ସେମାନଙ୍କୁ ମଧ୍ୟ ଥଇଥାନ କରିବାକୁ ଚେଷ୍ଟା କରାଯାଉଛି। ଏହାବାଦ ବନଜାରା ସମ୍ପ୍ରଦାୟ ଲୋକ ଏକାଠି ମେଳି ହୋଇ ବିଭିନ୍ନ ସ୍ଥାନରେ ରହୁଥିବା ଦେଖାଯାଉଛି। ସେମାନଙ୍କୁ ଭୁବନେଶ୍ୱରରୁ ବାହାରକୁ ନେବାକୁ ପୋଲିସର ସାହାଯ୍ୟ ନିଆଯିବ ବୋଲି ସେ କହିଛନ୍ତି।

ଥଇଥାନ କେନ୍ଦ୍ରରେ ରଖାଯାଉଥିବା ଭିକାରିଙ୍କ ଆବଶ୍ୟକ ଯତ୍ନ ନିଆଯିବ। ସେମାନଙ୍କ ଖାଇବା ବ୍ୟବସ୍ଥା ସହ ସ୍ୱାସ୍ଥ୍ୟର ତଦାରଖ କରାଯିବ। ଏହି ସମୟରେ ସେମାନେ ପରିବାର ସହ ଯୋଗାଯୋଗରେ ରହିବେ। ସେମାନେ ସାଧ୍ୟ ମୁତାବକ କିପରି ରୋଜଗାରକ୍ଷମ ହୋଇପାରିବେ ସେଥି ପ୍ରତି ମଧ୍ୟ ପ୍ରଚେଷ୍ଟା କରାଯିବ ବୋଲି ବିଏମ୍‍ସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories