www.samajalive.in
Sunday, December 7, 2025
26.1 C
Bhubaneswar

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରେ ବିଟ୍‌

ସବୁ ମହିଳା ଓ ଝିଅଙ୍କର ଇଚ୍ଛା ଥାଏ ଯେ, ସେମାନେ ସମସ୍ତଙ୍କ ଠାରୁ ଦେଖା ଯାଆନ୍ତୁ। ସେଥିପାଇଁ ଅନେକ କେମିକାଲ ଯୁକ୍ତ ସୌନ୍ଦର୍ଯ୍ୟ ଦ୍ରବ୍ୟ ବ୍ୟବହାର କରି ଥାଆନ୍ତି। ଏହାଦ୍ବାରା ସେମାନଙ୍କ ମୁହଁରେ ଚମକ ଆସିଥାଏ କିନ୍ତୁ ସମୟ ବଢିବା ସହ ମୁହଁର ପ୍ରାକୃତିକ ସୌନ୍ଦର୍ଯ୍ୟ ନ​‌ଷ୍ଟ ହୋଇଯାଇଥାଏ। ବିଟ୍ ମୁହଁ ପାଇଁ ଲାଭଦାୟକ ହୋଇଥାଏ। ଏହା ମୁହଁକୁ ସତେଜ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।

ବିଟକୁ ବ୍ୟବହାର କରି ଗାଲ ଓ ଓଠକୁ ପ୍ରାକୃତିକ ରୂପେ ଗୋଲାପୀ ରଙ୍ଗ କରି ପାରିବା। ସେଥିପାଇଁ ବିଟକୁ ଛେଚି ତାକୁ ଖରାରେ ଶୁଖାଇ ଦିଅନ୍ତୁ। ଖରାରେ ଭଲ ଭାବେ ଶୁଖିଲା ପରେ ତାହକୁ ପେଷି ଗୁଣ୍ଡ କରି ଦିଅନ୍ତୁ। ସେଥିରେ ବାଦାମ ତେଲ ପକାଇ ଭଲ ଭାବେ ମିଶାଇ ଏକ କାଚ ବୋତଲରେ ରଖନ୍ତୁ।

- Advertisement -

ପ୍ରତିଦିନ ଓଠ ଓ ଗାଲରେ ସେଥିରୁ ଗୋଟିଏ ବୁନ୍ଦା ଲଗାନ୍ତୁ।

ମୁହଁ ପାଇଁ କ୍ରୀମ ବ୍ୟବହାର କରୁଥିଲେ ସେଥିରେ ବିଟ୍‌ ଗୁଣ୍ଡ ମିଶାଇ ଲଗାନ୍ତୁ। ତାପରେ ତାହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।

ଆଖି ତଳ କଳା ପଡୁଥିଲେ ବିଟ ରସରେ ୪-୫ ବୁନ୍ଦା ବାଦାମ ତେଲ ପକାଇ ପ୍ରତ୍ୟେକ ଦିନ ଲଗାନ୍ତୁ। ତାପରେ ଫେଶୱାସରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ଆଖି ତଳ ସଫା ହୋଇଯିବ।

ମୁହଁରେ ବିଭିନ୍ନ ପ୍ରକାରର ଦାଗ ଥିଲେ ମୁଲତାନି ମାଟିରେ ବିଟ ରସ ମିଶାନ୍ତୁ। ତାପରେ ମିଶ୍ରଣଟିକୁ ମୁହଁ ଓ ବେକରେ ଭଲ ଭାବେ ଲଗାଇ ଦିଅନ୍ତୁ। ତାପରେ ମୁହଁକୁ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ। ଏପରି କିଛି ଦିନ କରିବା ପରେ ଆପଣ ମୁହଁରେ ଫରକ ଜାଣି ପାରିବେ।

ବୟସ ବଢିବା ସହ ମୁହଁରେ ତାହା ପ୍ରତିଫଳିତ ହୋଇଥାଏ। ଏଥିରୁ ବର୍ତ୍ତିବା ପାଇଁ ପ୍ରତିଦିନ ମୁହଁରେ ବିଟ ରସ ଲଗାନ୍ତୁ।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ କରାଯିବ ଏୟାରଲିଫ୍ଟ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories