www.samajalive.in
Sunday, December 7, 2025
14.1 C
Bhubaneswar

ରାହୁଲ ଦ୍ରାବିଡ ହେଲେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ

ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି । ସେ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଘରୋଇ ସିରିଜରୁ ଦାୟିତ୍ୱ ଗ୍ରହଣ କରିବେ।

ସଂପ୍ରତି କୋଚ ଥିବା ରବି ଶାସ୍ତ୍ରୀଙ୍କର କାର୍ଯ୍ୟକାଳ ଶେଷ ହେଇ ଯାଇଛି। ଭାରତୀୟ କ୍ରିକେଟ ଦଳର ଦଳର ମୁଖ୍ୟ ପ୍ରଶିକ୍ଷକ ବା କୋଚ ଦାୟିତ୍ୱ ଦେବାକୁ ଦ୍ରାବିଡ ସବୁ ସମୟରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)ର ଇଛା ରହିଆସିଥିଲା । ବିସିସିଆଇ ସଂପାଦକ ଜୟ ଶାହ ଏବଂ ସଭାପତି ସୌରଭ ଗାଙ୍ଗୁଲି ତାଙ୍କୁ ପରିଶେଷରେ ଏହି ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଥିଲେ । ଉଭୟ ତାଙ୍କ ସହିତ କଥା ହେବାପରେ ଦ୍ରାବିଡ ରାଜି ହୋଇଥିବା ଜଣା ପଡିଥିଲା।

- Advertisement -

ସଂପ୍ରତି ଅଧିକରୁ ଅଧିକ ଯୁବ ପ୍ରତିଭାବାନ ଖେଳାଳିମାନେ ଭାରତୀୟ କ୍ରିକେଟ ଦଳକୁ ଆସୁଥିବା ସମୟରେ ଦଳ ସେମାନଙ୍କୁ ନେଇ ବ୍ୟାପକ ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ କରିଛି । ସେମାନେ ସମସ୍ତେ ଦ୍ରାବିଡଙ୍କ ସହିତ କାମ କରିସାରିଛନ୍ତି ଏବଂ ଦ୍ରାବିଡଙ୍କୁ ନେଇ ଭାରତୀୟ କ୍ରିକେଟ ଦଳ ବିଶ୍ୱରେ ଏକ ମ୍ୟାଚ ବିଜୟୀ ଦଳ ଭାବରେ ତାହାର ଯାତ୍ରା ଜାରି ରଖିପାରିବ ବୋଲି ଅନେକ କ୍ରୀଡା ବିଶେଷଜ୍ଞ ମତ ପୋଷଣ କରିଛନ୍ତି ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories