ନୂଆଦିଲ୍ଲୀ: ଚଳିତବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ଜୁନ ମାସରୁ ସେପ୍ଟେମ୍ବର ଯାଏ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ଏନେଇ ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବୁଧବାର ସୂଚନା ଦେଇଛନ୍ତି । ଓଡ଼ିଶାକୁ ୯/୧୦ ତାରିଖ ବଦଳରେ ୧୩ ସୁଦ୍ଧା ମୌସୁମୀ ବର୍ଷା ପହଞ୍ଚିବାର ସମ୍ଭାବନା ରହିଛି। ଚଳିତ ବର୍ଷ ପରିମାଣ ୯୬ ରୁ ୧୦୪ ପ୍ରତିଶତ ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।
ଓଡ଼ିଶାକୁ ମୌସୁମୀ ବର୍ଷା ସ୍ବାଭାବିକ ରହିଲେ ମଧ୍ୟ ଓଡ଼ିଶାକୁ ନିର୍ଦ୍ଧାରିତ ଦିନଠାରୁ ୩/୪ ଦିନ ବିଳମ୍ବରେ ଆସିବ ମୌସୁମୀ। କେରଳରେ ପୂର୍ବ ନିର୍ଦ୍ଧାରତ ଜୁନ ୧ରେ ମୌସୁମୀ ପହଞ୍ଚିବାନେଇ ପୂର୍ବାନୁମାନ କରାଯାଇଛ। ଓଡ଼ିଶାକୁ ଜୁନ୍ ୯/୧୦ ବଦଳରେ ୧୩ ସୁଦ୍ଧା ପହଞ୍ଚିବାର ସମ୍ଭାବନା ରହିଛି। ଓଡ଼ିଶା ସହ ଉତ୍ତର ଭାରତକୁ ମୌସୁମୀ ସାମାନ୍ୟ ବିଳମ୍ବରେ ଆସୁଥିବା ବେଳେ ଉତ୍ତର ପୂର୍ବାଞ୍ଚଳରେ ଧାର୍ଯ୍ୟ ସମୟ ଠାରୁ ଶୀଘ୍ର ମୌସୁମୀ ଆସିବ ବୋଲି ଅନୁମାନ କରାଯାଇଛି । ୧୫ ଜୁଲାଇ ବଦଳରେ ଜୁଲାଇ ୮ରେ ଉତ୍ତର-ପୂର୍ବାଞ୍ଚଳ ମୌସୁମୀ ଛୁଇଁବ ବୋଲି ଭୂ-ବିଜ୍ଞାନ ସଚିବ ମାଧବନ ରାଜୀବନ ସୂଚନା ଦେଇଛନ୍ତି।



